ମୋହନା : ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ପରିପେକ୍ଷୀରେ ଅଧ୍ୟକ୍ଷ ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବିଭିନ୍ନ ବିଭାଗର ଶିକ୍ଷକମାନେ ଏଡ଼ସ୍ ସମ୍ବନ୍ଧରେ ସୂଚନା ପ୍ରଦାନ କରି ଶିକ୍ଷାର୍ଥୀମାନଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କ ସମେତ ବାଳକ, ବାଳିକା ଜାତୀୟ ସେବା ଯୋଜନା, ରେଡ କ୍ରସ, ସ୍କାଉଟ ଗାଇଡ଼ର ମିଳିତ ଭାବେ ଏଡ଼ସ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଓ ଫ୍ଳାକାର୍ଡ ଧରି ମୋହନ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଳକ ବିଭାଗର ଜାତୀୟ ସେବା ଯୋଜନା ଅଧିକାରୀ ଭଗବାନ ବିଷୋୟୀ, ବାଳିକା ବିଭାଗର ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ, ରେଡକ୍ରସ ଓ ସ୍କାଉଟ ଗାଇଡ଼ ଅଧିକାରୀ ମିନକେତନ ମିଶ୍ର, ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, ଏସ.ରମେଶ , ଗ୍ରନ୍ଥଗାର ରକ୍ଷକ ଗୋପାଳ ପଟ୍ଟନାୟକ, କାମାକ୍ଷା ପ୍ରସାଦ ପଟ୍ଟନାୟକ ଆଦି କର୍ମଚାରୀ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି । ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିସ୍ଥା ଅଧିକାରିଣୀ ଡ. ନମିତା ପଣ୍ଡା ଉପସ୍ଥିତ ସାଧାରଣ ଜନତା ଓ ରୋଗୀମାନଙ୍କୁ ଏଡସର ଭୟାବହତା, କାରଣ ଓ ନିରାକରଣ ସମ୍ବନ୍ଧରେ ବୁଝାଇବା ସହିତ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡ.କିଶୋର ଚନ୍ଦ୍ର ବେହେରା, ଡ. ଆଶୁତୋଷ ଦାଶ, ବିପିଏମ ବିଭୂପ୍ରସାଦ କର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।



