www.samajalive.in
Monday, December 8, 2025
27.1 C
Bhubaneswar

ମୌଳିକ ସୁବିଧାରୁ ବଞ୍ଚିତ ଲାମ୍ବିପାଲି ଗ୍ରାମବାସୀଙ୍କୁ ଥଇଥାନ କଲେ ଜିଲ୍ଲାପାଳ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତରେ ରହିଛି ଲାମ୍ୱିପାଲି ଗାଆଁ। ଅତାବିରା ନିର୍ବାଚନ ମଣ୍ଡଳୀର ବୁଥ ନଂ ୧. ର ଅନ୍ତର୍ଗତ ବାରପାହାଡ ପାଦ ଦେଶରେ ଅବସ୍ଥିତ ଏହି ଗାଁରେ ରହୁଥିଲେ ୪୧ଟି ପରିବାର। ଯେଉଁମାନେ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ଯୋଗଯୋଗ, ରାସ୍ତାଘାଟ ଭଳି ମୌଳିକ ସୁବିଧାରୁ ବଂଚିତ ଥିଲେ। ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରି ଏମାନେ ବହୁ କଷ୍ଟରେ ଜୀବନ ଯାପନ କରୁଥିଲେ। ବେଳେ ବେଳେ ଜଂଗଲୀ ଜୀବଜନ୍ତୁଙ୍କ ଆକ୍ରମଣର ଶିକାର ମଧ୍ୟ ହେଉଥିଲେ ଏହି ଗ୍ରାମବାସୀ। ତେଣୁ ବନ ବିଭାଗ ରାଜସ୍ବ ବିଭାଗକୁ ଏହି ଗ୍ରାମବାସୀଙ୍କୁ ଅନ୍ୟତ୍ର ବିସ୍ଥାପିତ କରିବା ପାଇଁ ଦାୟିତ୍ଵ ଅର୍ପଣ କରିଥିଲେ।

ତେବେ ଏମାନଙ୍କ ପାଇଁ ଟାଙ୍ଗରପାଲି ପଞ୍ଚାୟତର କନ୍ତଲ ଗ୍ରାମରେ ଏହି ପରିବାରମାନଙ୍କ ପାଇଁ ଅସ୍ଥାୟୀ ଭାବରେ ଗୋଟିଏ କୋଠା ଓ ଗୋଟିଏ ବାରଣ୍ଡା ବିଶିଷ୍ଟ ଆଜବେଷ୍ଟସ ଘର ତିଆରି କରାଯାଇଛି ଯାହା କିଛି କାମ ବାକି ରହିଛି। ତେଣୁ ଆଜି ଜିଲ୍ଲାପାଳ ମନିଷା ବାନାର୍ଜୀ ଲାମ୍ବିପାଳି ଗ୍ରାମକୁ ଆସି ଏହି ପରିବାରମାନଙ୍କ ଭଳ ମନ୍ଦ ବୁଝିବା ସହ କନ୍ତଲକୁ ଯାଇଥିଲେ। ଆଉ ଚାରି ପାଞ୍ଚ ଦିନ ପରେ ଏମାନଙ୍କୁ ସେହି ନୂତନ ଅସ୍ଥାୟୀ ଘରକୁ ବିସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ଯେଉଁଠି ବିଦ୍ୟୁତ୍ ଆଲୁଅ ଓ ପାନୀୟ ଜଳର ବ୍ୟବସ୍ଥା ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories