www.samajalive.in
Monday, December 8, 2025
27.1 C
Bhubaneswar

ଲଇଡାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଫୁଟବଲ ଟୁର୍ଣାମେଣ୍ଟ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ ର ଲଇଡା ଠାରେ ଥିବା ଦୁତିକାସାହୁ ମହାବିଦ୍ୟାଳୟର ଖେଳ ପଡିଆରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତଃ ମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ୍‍ କାଉନସିଲ ଦ୍ୱାରା ପରିଚାଳିତ ଏବଂ ଲଇଡା ଦୁତିକା ସାହୁ ମହାବିଦ୍ୟାଳୟର ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣାମେଣ୍ଟରେ ୧୬ଟି ମହାବିଦ୍ୟାଳୟ ଅଂଶ ଗ୍ରହଣ କରିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଟୁର୍ଣାମେଣ୍ଟକୁ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ଦୁତିକା ସାହୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ, ପୂର୍ବତନ ବିଧାୟକ ରମେଶ ପଟୁଆ, ମହାବିଦ୍ୟାଳୟ ପରିଚାଳନା କମିଟୀର ପୂର୍ବତନ ସଭ୍ୟ ସରୋଜ ପୂଜାରୀ ହରିହର ନାଥ, ଅଧ୍ୟାପକ ଜୟନାରାୟଣ ଶତପଥୀ, ଆୟୋଜନ କମିଟୀର ସମ୍ପାଦକ ଅଧ୍ୟାପକ କରୁଣାକର ନାଏକ, ସହ-ସମ୍ପାଦକ ଅଧ୍ୟାପକ ବିଶ୍ୱନାଥ ପଟେଲ, ଅଧ୍ୟାପକ ଅଲେଖ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍‍ ବେଳପାହାଡ ଡିଗ୍ରୀ କଲେଜ ଏବଂ ବାମରା କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିବସରେ ୪ଟି ମ୍ୟାଚ୍‍ ଅନୁଷ୍ଠିତ ହୋଇଥିଲା। ବେଲପାହାଡ ଡିଗ୍ରୀ କଳେଜ, ଧମା ଡିଗ୍ରୀ କଲେଜ, ସବଡେଗା ଡିଗ୍ରୀ କଲେଜ, ଡାଲମିଆ ଡିଗ୍ରୀ କଲେଜ ଏବଂ ସୁନ୍ଦରଗଡ ଡିଗ୍ରୀ କଲେଜ ପରବର୍ତ୍ତି ରାଉଣ୍ଡକୁ ଉନ୍ନିତ ହୋଇଥିବା ଜଣାପଡିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories