www.samajalive.in
Tuesday, December 9, 2025
16.1 C
Bhubaneswar

ଆନ୍ତର୍ଜାତୀୟ ଫୁଟବଲ ଖେଳାଳିଙ୍କ ହୃଦଘାତରେ ମୃତ୍ୟୁ

ହରଭଙ୍ଗା: ଓଡିଶା ପୋଲିସ ଫୁଟବଲ ଦଳର ପ୍ରାକ୍ତନ ଫୁଟବଲ ଖେଳାଳି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ବିଶେଶ୍ବର ଭୋକ୍ତା (ନକୁଳା ବାବୁ )ଙ୍କ ଗତକାଲି ରାତିରେ ୭୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଜଣାପଡିବା ପରେ ଆଜି ସକାଳୁ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ ପୋଲିସ ବାହିନୀ ଓ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି ପୁରୁଣାକଟକ ବାସଭଵନରେ ପହଁଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କ ଶେଷ ଦର୍ଶନ କରିଥିଲେ। ଗତକାଲି ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ପୁରୁଣା କଟକ ଓ ପରେ କଟକ ନିଆଯାଉଥିଲା ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଶ୍ରୀ ଭୋକ୍ତା ଓଡିଶା ପୋଲିସ ଫୁଟବଲ ଦଳରେ ଜଣେ ଆଗ ଧାଡ଼ିର ଖେଳାଳି ଥିଲେ। ସେ ୮୦ ଦଶକରେ ନେପାଳ ଶ୍ରୀଲଙ୍କା ଆଦି ଦେଶକୁ ଦଳ ପକ୍ଷରୁ ଖେଳି ବିଜୟୀ କରାଇବା ସହ ଦେଶର ବିଭିନ୍ନ ରାଜ୍ୟରେ ବହୁ ମ୍ୟାଚ ଖେଳି ଓଡିଶାର ଖ୍ୟାତି ରଖିଥିଲେ। ଅବସର ଗ୍ରହଣ ପରେ ମଧ୍ୟ ଫୁଟବଲ ଖେଳାଳିଙ୍କୁ କୋଚିଂ ଦେବାସହ ଖେଳ ପ୍ରତି ଆଗ୍ରହ ବଢାଇବା ପାଇଁ ଅବିରତ ଚେଷ୍ଟା କରି ଆସୁଥିଲେ। ପୁରୁଣାକଟକ ଫୁଟବଲ ଆସୋସିଏସନର ଉପଦେଷ୍ଟା ଭାବେ ପ୍ରତିବର୍ଷ ଜାତୀୟ ଓ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟର ଆୟୋଜନ କରିଆସୁଥିଲେ। ତାଙ୍କର ବିୟୋଗରେ ଏହି ଅଞ୍ଚଳର ଜଣେ ଫୁଟବଲ କିମ୍ବଦନ୍ତୀ ପୁରୁଷକୁ ହରାଇଲା ବୋଲି ଆସୋସିଏସନର କର୍ମକର୍ତ୍ତା ଦୁଃଖ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories