www.samajalive.in
Monday, December 8, 2025
20.1 C
Bhubaneswar

ଖଣ୍ଡୁଆଳୀରେ ଅବକାରୀ ଚଢାଉ : ବିପୁଳ ପରିମାଣର ପୋଚ ନଷ୍ଟ,୨୪୦ଲିଟର ମଦ ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳୀ ଏବଂ ଡାଳୁଆ ପାଖ ଜଙ୍ଗଲ ଅଞ୍ଚଳ ଜିଲ୍ଲାରେ ଚୋରା ଦେଶୀମଦ ରନ୍ଧନର ଏନ୍ତଡିଶାଳ ପାଲଟିଛି । ଅବକାରୀ ବିଭାଗ ଘନଘନ ଚଢାଉ କରି ଦେଶୀମଦ ରନ୍ଧନ କେନ୍ଦ୍ର ଯେତେ ଭାଙ୍ଗୁଛନ୍ତି ସେତିକି ପରିମାଣରେ ନୂଆନୂଆ ଦେଶୀମଦ ରନ୍ଧନ କେନ୍ଦ୍ର ମଧ୍ୟ ସୃଷ୍ଟି ହେଉଛି । ଏକପ୍ରକାର କୁଟୀରଶିଳ୍ପରେ ପରିଣତ ହୋଇ ଦେଶୀମଦ ରନ୍ଧନ। ଜଙ୍ଗଲ ପାଖ ଝରଣା କୂଳରେ ଅତି ଚତୁରତାର ସହିତ ମଦ ମାଫିଆମାନେ ସ୍ଥାନୀୟ ନିରୀହ ଜନସାଧାରଣଙ୍କୁ ହାତ କରି ଚୋରା ମଦ ରନ୍ଧିବା ସହ କଟକ, ଭୂବନେଶ୍ୱର, ବାରଙ୍ଗ, ନିଆଳି ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି । ସୋମବାର ଅବକାରୀ ବିଭାଗ ପକ୍ଷରୁ ଖଣ୍ଡୁଆଳୀ ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରାଯାଇ ୨୪୫୦ଲିଟର ପୋଚକୁ ନଷ୍ଟ କରାଯାଇଛି ଓ ୨୪୦ଲିଟର ଦେଶୀମଦ ଜବତ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଅବକାରୀ ବିଭାଗ ଦେଶୀମଦ ରନ୍ଧା କେନ୍ଦ୍ର ଉପରେ ବାରମ୍ବାର ଚଢାଉ କରିଥିଲେ ମଧ୍ୟ କଣ ପାଇଁ ମଦବେପାରୀ ଧରାପଡୁନାହାନ୍ତି ଓ ଚୋରା ଦେଶୀମଦ ରନ୍ଧନର ମୂଳୋତ୍ପାଟନ ହେଉନାହିଁ ବୋଲି ବୁଦ୍ଧିଜୀବିମାନେ ପ୍ରଶ୍ନସୃଷ୍ଟି କରିଛନ୍ତି । ଏହା ଢୋଲଭିତରେ ମୂଷା ଭଳି କାର୍ଯ୍ୟ ନୁହେଁତ ? ଜିଲ୍ଲା ଅବକାରୀ ଉପଆରକ୍ଷୀ ଅଧିକ୍ଷକ ଜଗଦୀଶ ସାମଲ ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଦେବାନନ୍ଦ ଭୂୟାଁ ଓ ଅନ୍ୟ ଅବକାରୀ କର୍ମଚାରୀମାନେ ଆଜିର ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories