www.samajalive.in
Monday, December 8, 2025
20.1 C
Bhubaneswar

ପିପିଲି ଗଣଦୁଷ୍କର୍ମକୁ ପୂରିଲା ୧୦ବର୍ଷ ; ମୁଖା ଖୋଲିଯିବା ଭୟରେ ସରକାର ତଦନ୍ତ ରିପୋର୍ଟକୁ ଚାପିଛନ୍ତି : କଂଗ୍ରେସ

ଭୁବନେଶ୍ୱର :  ଆଜିକୁ ୧୦ ବର୍ଷତଳେ ଅର୍ଥାତ ୨୯ ନଭେମ୍ବର ୨୦୧୧ରେ ପିପିଲି ଥାନା ଅନ୍ତର୍ଗତ ଅର୍ଜ୍ଜୁନଗୋଦା ଗ୍ରାମର ଦଳିତ ଝିଅ ବେବିନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ବହୁ ଚର୍ଚ୍ଚିତ ତଥା ନିନ୍ଦିତ ଘଟଣାକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ନା ଅପରାଧିମାନେ ଦଣ୍ଡ ପାଇଛନ୍ତି ନା ସରକାର ବସାଇଥିବା ତଦନ୍ତ କମିଶନ ରିପୋର୍ଟ ବିଧାନ ସଭାରେ ଆଗତ ହୋଇଛି । ୨୦୧୬ ମାର୍ଚ୍ଚ ୩୦ ତାରିଖ ଦିନ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ପିକେ ମହାନ୍ତି ତଦନ୍ତ କମିଶନ ଚୂଡ଼ାନ୍ତ ରିପୋର୍ଟ ଗୃହ ବିଭାଗ ନିକଟରେ ଦାଖଲ କରିଥିଲେ । ଇତି ମଧ୍ୟରେ ରିପୋର୍ଟ ଦାଖଲ ହେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ବିଧାନସଭାରେ ଆଗତ କରୁନାହାନ୍ତି ସରକାର ବୋଲି ମୁଖପାତ୍ର ନିଶିକାନ୍ତ ମିଶ୍ର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଯେଉଁ ପୁଲିସ ଅଧିକାରମାନଙ୍କ ନିଷ୍କ୍ରିୟତା ଏବଂ ରାଜନେତା ମାନଙ୍କ ହସ୍ତକ୍ଷେପ ଫଳରେ ମାମଲା ରୁଜୁ କରିନଥିଲା କି ଡାକ୍ତର ସଠିକ ଭାବରେ ଚିକିତ୍ସା କରିନଥିଲେ । ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଘଟଣା ଘଟିବାର ଦେଢ଼ମାସ ପରେ ପୁଲିସ ମାମଲା ରୁଜୁ କରିଥିଲା । ରାଜ୍ୟରେ ବ୍ୟାପକ ଜନ ଅସନ୍ତୋଷକୁ ସହି ନପାରି ଶେଷରେ ସରକାର ବାଧ୍ୟହୋଇ ଦୋଷୀ ଅଧିକାରୀଙ୍କ ବିରୋଧରେ ନିଲମ୍ବନ/ବହିଷ୍କାର ଆଦେଶ ଏବଂ ସେତେବେଳର କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ହେଲେ ବିଡ଼ମ୍ବନାର ବିଷୟ, ଘଟଣା ଘଟିବାର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ପୀଡ଼ିତା ପରିବାର ନ୍ୟାୟ ପାଇବାରୁ  ବଞ୍ଚିତ ଏବଂ ଯେଉଁ ଉଦ୍ଦେଶ୍ୟ ନେଇ ତଦନ୍ତ କମିଶନ ଗଠନ ହୋଇଥିଲା ବିଶେଷ କରି (୧) କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା (୨) ଏଥିପାଇଁ ଉତରଦାୟୀ କିଏ ଏବଂ (୩) ପୋଲିସ ତାର ସଠିକ କାର୍ଯ୍ୟ ସଂପାଦନ କରିଛି ନା ନାହିଁ । କମିଶନ ତଦନ୍ତ ବେଳେ ଏହି ୩ ଗୋଟି ପ୍ରସଙ୍ଗକୁ ପାଖାପାଖି ୪ବର୍ଷ ସମୟ ନେଇଥିଲେ ଏଥିରେ ୫୦ ଉର୍ଦ୍ଧ୍ୱ ସତ୍ୟପାଠ, ପାଖାପାଖି ୫୦ ଜଣଙ୍କୁ ଜେରା ଏବଂ ୧୦୦ ରୁ ଉର୍ଦ୍ଧ୍ୱ ବୈଠକ ପରେ ୩୦ ମାର୍ଚ୍ଚ ୨୦୧୬ରେ ପାଖାପାଖି ୪୦୦ ଶହ ପୃଷ୍ଟାର ଏକ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ । ଇତିମଧ୍ୟରେ କମିଶନ ତାଙ୍କ ରିପୋର୍ଟ ଦେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟକୁ ସାର୍ବଜନୀନ ନକରି ମମିତା ଘଟଣାରେ ମହିଳାମାନଙ୍କୁ ନ୍ୟାୟ ଦେବାର ବାରମ୍ବାର ସଫେଇ ଧର୍ମକୁ ଆଖି ମିଟିକା ଛଡ଼ା ଆଉକିଛି ନୁହେଁ ବୋଲି ଶ୍ରୀ ମିଶ୍ର କହିବା ସହିତ ଆସନ୍ତା ବିଧାନ ସଭାରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପିତ କରିବା ସହିତ ପିପିଲି ପୀଡ଼ିତାର ବିଚାର କେତେବାଟରେ ପହଞ୍ଚିଛି ସରକାର ଉତ୍ତର ରଖିବା ପାଇଁ କଂଗ୍ରେସ ଦାବି କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories