www.samajalive.in
Monday, December 8, 2025
20.1 C
Bhubaneswar

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ତଳକୁ ହ୍ରାସ ପାଉଥିବା ଦେଖାଯାଉଛି। ମାତ୍ର ଅନ୍ୟ ଦେଶ ଭଳି ଭାରତ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ଚିନ୍ତିତ।  ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି।
ନୂତନ ଗାଇଡଲାଇନ ଅନୁଯାୟୀ, ସଂକ୍ରମଣହାର ଅଧିକ ଥିବା ଦେଶମାନଙ୍କରୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କୁ  ବିମାନବନ୍ଦରରେ ହିଁ କରୋନା ପରୀକ୍ଷା କରାଇବାକୁ ପଡିବ। କରୋନା ଟିକାର ୨ଟି ଯାକ ପାନ ନେଇଥିବା ବ୍ୟକ୍ତି ମଧ୍ୟ କରୋନା ପରୀକ୍ଷା କରାଇବା ବାଧ୍ୟତାମୂଳକ ।
ନୂତନ ନିର୍ଦ୍ଦେଶାବଳୀଗୁଡ଼ିକ ……

ସଂକ୍ରମଣହାର ଅଧିକ ଥିବା ଦେଶମାନଙ୍କରୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କୁ ବିମାନବନ୍ଦରରେ  କରୋନା ପରୀକ୍ଷା କରିବାକୁ ପଡିବ।

- Advertisement -

ବିଦେଶ ଯାଉଥିବା ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆରଟିପିସିଆର ପରୀକ୍ଷଣର ରିପୋର୍ଟ ଦେଖାଇବାକୁ ଆବଶ୍ୟକ ।
ସଂକ୍ରମିତ ହୋଇଥିବା ଯାତ୍ରୀମାନେ ସଙ୍ଗରୋଧରେ ରହିବେ।
କରୋନାର ନେଗେଟିଭ ରିପୋର୍ଟ ଆସିବା ପରେ ହିଁ ଯାତ୍ରୀମାନେ ଘରକୁ ଯାଇପାରିବେ। ମାତ୍ର ଏକ ସପ୍ତାହ ସଙ୍ଗରୋଧରେ ରହିବା ଆବଶ୍ୟକ।
ସଙ୍ଗରୋଧ ରହିବାର ୭ ଦିନ ପରେ ୮ମ ଦିନରେ ପୁଣି କରୋନା ପରୀକ୍ଷା କରାଯିବ।
ଏହାସହ ସାମାଜିକ ଦୂରତା ପାଳନ ସହ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ ।
ଯେଉଁ ଦେଶଗୁଡିକରେ ଓମିକ୍ରନ୍ ର ବିପଦ ରହିଛି, ସେଠାରେ ଆସୁଥିବା ପ୍ରତ୍ୟେକ ଯାତ୍ରୀ ସୁନିଶ୍ଚିତ ପରୀକ୍ଷା କରାଇବେ।
ରାଜ୍ୟଗୁଡିକକୁ ମଧ୍ୟ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ କରୋନା ପରୀକ୍ଷା ବୃଦ୍ଧି କରିବା ଏବଂ କରୋନା ହଟସ୍ପଟ୍ ଉପରେ ମଧ୍ୟ ନଜର ରଖିବା ଉଚିତ୍ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories