www.samajalive.in
Tuesday, December 9, 2025
16.1 C
Bhubaneswar

ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତ ଚିହ୍ନଟ

ମୁମ୍ବଇ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଘାତକ ପ୍ରକରଣ ଓମିକ୍ରନ ଚିହ୍ନଟ ହେବା ଏବଂ ବିଶ୍ୱବାସୀଙ୍କର ଚିନ୍ତା ବଢାଇଥିବାବେଳେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ମହାରାଷ୍ଟ୍ରର ଥାନେ ଜିଲାରେ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ନଭେମ୍ବର ୨୪ ତାରିଖ ଦିନ ସେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ତାଙ୍କୁ ସଂପ୍ରତି ଏକାନ୍ତବାସରେ ରଖାଯାଇଛି । ଅମନ ନାମକ ଏହି ବ୍ୟକ୍ତିଜଣକ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଥାନେ ଜିଲାର ଡୋମ୍ବିଭିଲିଠାରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଏବଂ ରବିବାର ରିପୋର୍ଟ ଆସିବା ପରେ ସେ କୋଭିଡ ସଂକ୍ରମିତ ଥିବା ଜଣାଯାଇଛି । ତାଙ୍କ ନମୁନାକୁ ଜେନୋମ ସିକ୍ୱେନସିଂ ପାଇଁ ପଠାଯାଇଛି । ସେଥିରୁ ସେ ନୂଆ ପ୍ରକରଣ ଓମିକ୍ରନ ଦ୍ୱାରା ଆକ୍ରାନ୍ତ କି ନାହିଁ ତାହା ସ୍ପଷ୍ଟ ଜଣାଯିବ । ତାଙ୍କୁ ସଂପ୍ରତି କଲ୍ୟାଣ-ଡୋମ୍ବିଭିଲି ପୌର ନିଗମର ଆର୍ଟ ଗ୍ୟାଲେରୀଠାରେ ଏକାନ୍ତବାସରେ ରଖାଯାଇଛି । କେଡିଏମସିର ସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରତିଭା ପାନପାଟିଲ କହିଛନ୍ତି ଯେ ଆକ୍ରାନ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ନମୁନା ସୋମବାର ପରୀକ୍ଷା ପାଇଁ ପଠାଯାଇଛି । ସେମାନେ ମଧ୍ୟ ସଂପ୍ରତି ସଂଗରୋଧରେ ରହିଛନ୍ତି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦୁଇଜଣ ବ୍ୟକ୍ତି ବେଙ୍ଗାଲୁରୁରେ କୋଭିଡ ସଂକ୍ରମିତ ଥିବା ଚିହ୍ନଟ ହୋଇଥିଲେ । ତେବେ ସେମାନେ ଡେଲଟା ପ୍ରକରଣ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories