www.samajalive.in
Tuesday, December 9, 2025
17.1 C
Bhubaneswar

ପୂର୍ବ ଲଦାଖରେ ଚୀନ ମୁତୟନ କରୁଛି କ୍ଷେପଣାସ୍ତ୍ର ରେଜିମେଣ୍ଟ, ତିଆରି କରୁଛି ନୂଆ ରାଜପଥ

ଲେହ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଗତ ଏକବର୍ଷରୁ ଅଧିକ କାଳ ଧରି ଅଚଳାବସ୍ଥା ଓ ଉତ୍ତେଜନା ଲାଗି ରହିଥିବାବେଳେ ଚୀନ ପୂର୍ବ ଲଦାଖରେ ତାହାର କ୍ଷେପଣାସ୍ତ୍ର ଏବଂ ରକେଟ ରେଜିମେଣ୍ଟ ମୁତୟନ କରିବା ସହିତ ସୀମାନ୍ତରେ ନୂଆ ରାଜପଥ ଓ ସଡ଼କ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚଳାଇଥିବା ଏକ ସୂତ୍ରରୁ କୁହାଯାଇଛି ।
ଏହି ସୂତ୍ରରୁ କୁହାଯାଇଛି ଯେ ଚୀନ ସେନା ସଂପ୍ରତି ପୂର୍ବ ଲଦାଖ ସେକ୍ଟର ଆରପଟେ ଅକ୍ସାଇ ଚୀନ ଅଞ୍ଚଳରେ ନୂଆ ରାଜପଥ ଓ ସଡ଼କ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଏହାଦ୍ୱାରା ପ୍ରକୃତ ନିୟନ୍ତ୍ରଣ ରେଖାରେ ସେମାନେ ପୂର୍ବାପେକ୍ଷା ଖୁବଶୀଘ୍ର ପହଞ୍ଚି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଯୋଜନା ରଖିଛନ୍ତି । ଏଥିସହିତ ପୂର୍ବରୁ ଥିବା ରାସ୍ତାର ପ୍ରଶସ୍ତିକରଣ ସହିତ କାଶଗର, ଗାର୍‍ ଗୁନସା ଏବଂ ହୋତାନ ଭଳି ମୁଖ୍ୟ ବିମାନ ଘାଟୀ ବ୍ୟତୀତ ଚୀନ ସେନା ଏକାଧିକ ନୂଆ ବିମାନ ଘାଟୀ ସ୍ଥାପନ କରୁଛି । ଇତିମଧ୍ୟରେ ତିବତ ସ୍ୱୟଂଶାସିତ ଅଞ୍ଚଳରେ ଚୀନ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ଓ ରକେଟ ରେଜିମେଣ୍ଟକୁ ମୁତୟନ କରିସାରିଛି ଏବଂ ସେଠାରେ ଗୁପ୍ତ ସାମରିକ ଆଡ୍ଡା ମଧ୍ୟ ନିର୍ମାଣ କରାଯାଇଛି । ଏସବୁ ସହିତ ସୀମାନ୍ତରେ ଡ୍ରୋନ ମୁତୟନ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି କରିଛି ଚୀନ । ତିବତ ଯୁବବର୍ଗଙ୍କୁ ଚୀନ ନିଜ ସେନାରେ ନିଯୁକ୍ତି ଦେବା ସହିତ ସେମାନଙ୍କୁ ଚୀନର ମୂଳ ଭୂଖଣ୍ଡର ସୈନ୍ୟଙ୍କ ସହିତ ମିଶାଇ ସୀମାନ୍ତରେ ମୁତୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଗତବର୍ଷ ଶୀତ ଋତୁ ତୁଳନାରେ ଚଳିତ ବର୍ଷ ଶୀତ ଋତୁରେ ଚୀନ ତାହାର ସୈନ୍ୟଙ୍କ ପାଇଁ ଆଶ୍ରୟ, ସଡ଼କ ସଂଯୋଗୀକରଣ ଏବଂ ସୈନ୍ୟଙ୍କୁ ସ୍ଥାନୀୟ ପାଣିପାଗ ସହିତ ପରିଚିତ କରାଇବା ଆଦି କ୍ଷେତ୍ରରେ ଯଥେଷ୍ଟ ଉତ୍ତମ ସ୍ଥିିତିରେ ରହିଥିବା ଜଣାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories