www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟରେ ୧୫୦୦ କୋଟିର କାରବାର ବନ୍ଦ

ଭୁବନେଶ୍ୱର:ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହେଉଥିବା ବୃଦ୍ଧିିକୁ ବିରୋଧ କରି ଆଜି କଂଗ୍ରେସ ନେତୃତ୍ୱରେ ଦେଶର ବିରୋଧୀ ଦଳଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏଥିଯୋଗୁ ଦେଶରେ ହୋଇଥିବା ବନ୍ଦ ପାଳନର ପ୍ରଭାବ ରାଜ୍ୟ ଉପରେ ପଡିଛି। ଏହାର ପ୍ରଭାବରେ ରାଜ୍ୟରେ ବ୍ୟବସାୟ କାରବାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଫଳରେ ରାଜ୍ୟରେ ପ୍ରାୟ ୧୫୦୦ କୋଟି ଟଙ୍କାର ବ୍ୟବସାୟିକ କାରବାର ବନ୍ଦ ହୋଇଛି। ଏହାଛଡା ବନ୍ଦ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ସହ ବୀମା କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା।
ଭାରତ ବନ୍ଦ ଯୋଗୁ ଆନ୍ଦୋଳନକାରୀମାନେ ଆଜି ରାଜ୍ୟ ତମାମ୍‍ ବିଭିନ୍ନ ସହରରେ ମଣ୍ଡିି ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ପିକେଟିଂ କରି ବନ୍ଦ କରିଥିଲେ। ବିଶେଷକରି ରାଜ୍ୟର କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରଠାରେ ମୁଖ୍ୟ ମଣ୍ଡି ଏବଂ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ବନ୍ଦ ରହିଥିଲା। କଟକ ମାଲଗୋଦାମ ସମେତ ଛତ୍ରବଜାର ଏବଂ ରାଜଧାନୀର ଆଇଗିଣିଆ ମଣ୍ଡିକୁ ଦିନ ତମାମ୍‍ ଟ୍ରକ ଆସିପାରି ନ ଥିଲା। ବ୍ୟବସାୟିକ ପେଣ୍ଠସ୍ଥଳୀ ଆଇଗିଣିଆକୁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଛତିଶଗଡ ଆଦି ରାଜ୍ୟରୁ ଦୈନିକ ୫୦-୫୫ ଟ୍ରକ ସାମଗ୍ରୀ ପରିବହନ କରିଥାନ୍ତି। ଆଜିର ବନ୍ଦ ଯୋଗୁ ଏଠାକୁ ଗୋଟିଏ ବି ଟ୍ରକ ଆସିପାରି ନ ଥିଲା। ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ତୈଳ ଦରରେ ଅହେତୁକ ବୃଦ୍ଧି ଯୋଗୁ ସବୁ ବର୍ଗର ଲୋକେ ପ୍ରଭାବିତ। ବ୍ୟବସାୟୀଙ୍କୁ ଏଥିପାଇଁ ବେଶ କ୍ଷତି ସହିବାକୁ ମଧ୍ୟ ପଡୁଛି। ବନ୍ଦ ଯୋଗୁ ଆଜି ସକାଳୁ ଆଇଗିଣିଆକୁ ଯାହା ଟ୍ରକ ଆସିଥିଲା। ଦିନ ମଧ୍ୟରେ ଆଉ ଆସିନାହିଁ। ତେବେ ଏହାର ପ୍ରଭାବ ମଙ୍ଗଳବାର ବିଶେଷ ଅନୁଭୂତ ହେବ। ସୋମବାର ପଡୋଶୀ ରାଜ୍ୟଗୁଡିକର ଲୋଡିଂ ପଏଣ୍ଟରୁ ଟ୍ରକ ବାହାରିପାରି ନ ଥିବା ଯୋଗୁ ମଙ୍ଗଳବାର ସେଗୁଡିକ ଆଇଗିଣିଆରେ ପହଞ୍ଚିବା ଆଶା କମ୍‍।
ସେହିଭଳି ଭାରତ ବନ୍ଦ ଯୋଗୁ ଆଜି ରାଜ୍ୟରେ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। କଟକ, ଭୁବନେଶ୍ୱର, ଅନୁଗୋଳ, ପାରାଦ୍ୱୀପ, ସୁନ୍ଦରଗଡ ଏବଂ ଢେଙ୍କାନାଳ ଆଦି ମୁଖ୍ୟ ସ୍ଥାନଗୁଡିକରୁ ଟ୍ରକ ଚାଳଇପାରି ନ ଥିଲା। ତେବେ ରାଜ୍ୟ ଟ୍ରକ ମାଲିକ ସଂଘ ଏହି ବନ୍ଦ ପାଳନକୁ ସମର୍ଥନ କରୁଥିବା ଯୋଗୁ ରାସ୍ତାରେ ଗାଡିଚଳାଚଳ ବନ୍ଦ ରହିଥିଲା। ଏ ସମ୍ପର୍କରେ ରାଜ୍ୟ ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ରବି ଶତପଥୀ କୁହନ୍ତି, ଓଡ଼ିଶାରେ ଦୈନିକ ପାଖାପାଖି ୨ ଲକ୍ଷ ଟ୍ରକ ଚଳାଚଳ କରୁଥିବାବେଳେ ଅନ୍ୟ ରାଜ୍ୟକୁ ମିଶାଇ ଦୈନିକ ୩ ଲକ୍ଷ ଟ୍ରକ ଚଳାଚଳ କରିଥାଏ। ବନ୍ଦ ଯୋଗୁ ଏହି ଟ୍ରକଗୁଡିକ ଟର୍ମିନାଲ ଏବଂ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା। ଲୋଡିଂ ପଏଣ୍ଟଗୁଡିକୁ ଟ୍ରକ ଆସି ନ ଥିଲା। ତୈଳ ଦର ଉଚ୍ଚତର ହେବା ଯୋଗୁ ଗାଡି ମାଲିକଙ୍କୁ ଏହା ବେଶ ବାଧୁଛି। ମାଲିକମାନେ ଋଣ କରି ଗାଡି କିଣିଥିଲେ ମଧ୍ୟ ତାହାର ପରିଶୋଧ କରିପାରୁନାହାନ୍ତି। ତେଣୁ ସରକାର ତୁରନ୍ତ ତୈଳ ଦରରେ ହ୍ରାସ ଘୋଷଣା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories