www.samajalive.in
Sunday, December 7, 2025
13.1 C
Bhubaneswar

୧୫ ବର୍ଷ ହେଲା ଅଧାରେ ପଡିଛି ଉପାନ୍ତ ଗାଁ ଟାଙ୍ଗରପାଲି ପୋଲ; ଗାଢ ନିଦ୍ରାରେ ନେତା ଓ ପ୍ରଶାସନ

ରେଙ୍ଗାଲି: ଅପହଞ୍ଚ ଇଲାକାକୁ ବିକାଶର ଆଲୋକ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି ବୋଲି ସରକାର ଦୀର୍ଘ ବର୍ଷ ହେଲା ଡିଣ୍ଡିମ ପିଟୁଛନ୍ତି । ପୁଣି ଗ୍ରାମଞ୍ଚଳର ବିକାଶ ପାଇଁ ଅସଂଖ୍ୟ ଯୋଜନା କାର୍ଯ୍ୟକାରୀ ହୋଇ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି ବୋଲି ଜୋରଦାର ପ୍ରଚାର ମଧ୍ୟ ହେଉଛି। କିନ୍ତୁ ପ୍ରକୃତ କ୍ଷେତ୍ରରେ ଏହା କେବଳ ଘୋଷଣାରେ ହିଁ ସୀମିତ ହୋଇ ରହିଯାଇଛି। ସମ୍ବଲପୁର ଜିଲ୍ଳା ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଗାଁ ଟାଙ୍ଗରପାଲି ଏହାର ଏକ ଜ୍ୱଳନ୍ତ ଉଦାହରଣ। ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆର ସ୍ଲୋଗାନରେ ଦେଶର କୋଣ ଅନୁକୋଣ ମୁଖରିତ ହେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଟାଙ୍ଗରପାଲି ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଉପରେ ଗତ ୧୫ ବର୍ଷ ହେଲା ଏକ ପୋଳ ଅଧାପନ୍ତରିଆରେ ପଡିଛି। ଫଳ ରେ ଗ୍ରାମବାସୀ ପଞ୍ଚାୟତ ସଦର ମହକୁମାରୁ ଆରମ୍ଭ କରି ଡାକ୍ତରଖାନା, ଥାନା, ତହସିଲ, ବ୍ଳକ୍, ଜିଲ୍ଳା ସଦରମହକୁମା ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତୟାତରେ ଚରମ ଦୁର୍ଦ୍ଦଶା ର ସମ୍ମୁଖିନ ହେଉଛନ୍ତି। ଅଧାପାନ୍ତରିଆ ପୋଳ ଯୋଗୁଁ ଗାଁର କୌଣସି ବ୍ୟକ୍ତି ଗୁରୁତର ଅସୁସ୍ଥ ହେଲେ ୧୦୮ ଆମ୍ବୁଲାନ୍ସ ଗାଁକୁ ଆସିବାରେ ବାଧକ ସାଜିଛି। ନିର୍ବାଚନ ଆସୁଛି ଯାଉଛି । ନେତା ବଦଳୁଛନ୍ତି କିନ୍ତୁ ବିଡମ୍ବନାର ବିଷୟ ଯେ ୧୫ ବର୍ଷ ହେଲା ଅଧା ପନ୍ତରିଆରେ ପଡିଥିବା ଟାଙ୍ଗରପାଲି ପୋଳ ନିର୍ମାଣ କାମ ସମ୍ପୂର୍ଣ ହେଉନାହିଁ । ଏସଂକ୍ରାନ୍ତରେ ବିଗତ ଦିନରେ ରେଙ୍ଗାଲି ସଂଗ୍ରାମ ସମିତି ପକ୍ଷରୁ ବ୍ଳକ୍ ଉନ୍ନୟନ ଅଧିକାରୀ ଏବଂ ଜିଲାପାଳଙ୍କୁ ଏକାଧିକ ଥର ସାକ୍ଷାତ କରି ଦାବୀପତ୍ର ଦିଆଯାଇଥିଲେ ହେଁ କୌଣସି ପ୍ରତିକାର ହେଉ ନଥିବାରୁ ଗ୍ରାମବାସୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ନିର୍ବାଚନ ସମୟରେ ଏହି ଗାଁ ନିର୍ବାଚନ ପ୍ରଚାର ପାଇଁ ଅସୁଥିବା ନେତାମାନଙ୍କୁ କାମ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳ ଶୂନ। ଏହି ପରିପ୍ରେକ୍ଷୀରେ ଆଉ କାହାକୁ କହିଲେ ଆଉ କେତେ ବର୍ଷ ପରେ ପୋଳ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଥିବା ନେଇ ବ୍ୟାପକ ପ୍ରଚାର ପ୍ରସାର ହେଉଛି। ତେବେ ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଟାଙ୍ଗରପାଲି ଗାଁ ସରକାରଙ୍କ ତଥା କଥିତ ସ୍ୱତନ୍ତ୍ର ଯୋଜନାରୁ ବଞ୍ଚିତ କାହିଁକି ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories