www.samajalive.in
Monday, December 8, 2025
20.1 C
Bhubaneswar

ବିଳାସପୂର୍ଣ୍ଣ ସାମଗ୍ରୀ ଆମଦାନୀ ବନ୍ଦ କରିବ ପାକିସ୍ତାନ

ଇସଲାମାବାଦ୍‍: ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବିଳାସପୂର୍ଣ୍ଣ କାର, ସ୍ମାର୍ଟ ଫୋନ୍‍, ଲହୁଣୀ ଓ ଦାମୀ ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ଯୋଜନା କରୁଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଋଣ ଭାରରୁ ମୁକୁଳିବା ପାଇଁ ପାକିସ୍ତାନର ନବନିଯୁକ୍ତ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଇମ୍ରାନ୍‍ ସରକାରଙ୍କୁ ଉପରୋକ୍ତ ପରାମର୍ଶ ଦେଇଥିବା ଜଣାପଡ଼ିଛି।
ଏବେ ବିଶ୍ୱରେ ଡଲାର ତୁଳନାରେ ସ୍ଥାନୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି। ପାକିସ୍ତାନରେ ଏହି ସମସ୍ୟା ଆହୁରି ଉତ୍କଟ ହୋଇଛି। ତେଣୁ ଦେଶର ବୈଦେଶିକ ମୁଦ୍ରା ପାଣ୍ଠି ଉପରେ ଯଥାସମ୍ଭବ ଚାପ କମ୍‍ କରିବା ଓ କରେଣ୍ଟ ଆକାଉଣ୍ଟ ନିଅଣ୍ଟ ପରିମାଣକୁ ନିୟନ୍ତ୍ରଣ କରିବାକୁ ଆମଦାନୀ ହ୍ରାସ ଉପରେ ପାକିସ୍ତାନର ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ବାର୍ଷିକ ପ୍ରାୟ ୪ ରୁ ୫ ବିଲିୟନ ଡଲାର ସଞ୍ଚୟ କରାଯାଇପାରିବ ବୋଲି ଆକଳନ କରାଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories