www.samajalive.in
Monday, December 8, 2025
20.1 C
Bhubaneswar

୨ବର୍ଷରେ ୩୬୦ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀର ଘନ ଘନ ଅଭିଯାନ ଏବେ ଆତଙ୍କବାଦୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଆତଙ୍କବାଦୀ ସଂଗଠନରେ ସାମିଲ ଓ ସମର୍ଥନ ପୂର୍ବକ ବିପୁଳ ଅର୍ଥ ପାଇ ପରିବାର ସହ ଏକ ପ୍ରକାର ସୁଖଦ ଜୀବନ ବିତାଇବାର ସମୟ ଏବେ ବଦଳିଯାଇଛି ବୋଲି ସିଆରପିଏଫ୍ ମହାନିର୍ଦେଶକ (ଡିଜି) ରାଜୀବ ରାୟ ଭଟ୍ଟନଗର କହିଛନ୍ତି। ଏକ ସାକ୍ଷାତକାରରେ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବିଗତ ଦୁଇବର୍ଷ ମଧ୍ୟରେ କାଶ୍ମୀର ଉପତ୍ୟକାରେ ସୁରକ୍ଷାକର୍ମୀଙ୍କ ଅଭିଯାନରେ ୩୬୦ ଆତଙ୍କବାଦୀ ପ୍ରାଣ ହରାଇଲେଣି। ଆତଙ୍କବାଦୀଙ୍କ ଜୀବନ ଅବଧି କମ୍ ହେବାରେ ଲାଗିଛି। ଏହାସତ୍ତ୍ବେ ଯୁବଗୋଷ୍ଠୀ ଅଧିକ ସଂଖ୍ୟାରେ ଆତଙ୍କବାଦୀ ସଂଗଠନରେ ସାମିଲ ହେଉଛନ୍ତି। ଆତଙ୍କବାଦୀ ସଂଗଠନରୁ ଦୂରେଇ ରହିବା ପାଇଁ ଯୁବ ସମାଜକୁ ଯଥା ସମ୍ଭବ ପ୍ରବର୍ତ୍ତାଯାଉଛି। କାଶ୍ମୀରରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କ ମଧ୍ୟରୁ କେତେକ ବାହାର ଅଞ୍ଚଳର ଓ ଆଉ କେତେକ ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ଅଧିକ ସଂଖ୍ୟକ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହେଉଥିଲେ ମଧ୍ୟ ସେମାନେ ପ୍ରଭାବ ବିସ୍ତାର କରିବାର ସମୟ ପାଉନାହାନ୍ତି। ପ୍ରଭାବ ବିସ୍ତାର ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଉଛନ୍ତି।
ଭଟ୍ଟନଗର କହିଛନ୍ତି ଯେ ଜାମ୍ମୁ-କାଶ୍ମୀରରେ ମୁତୟନ ସିଆରପିଏଫ୍ ଯବାନଙ୍କ ପ୍ରତି ସୁରକ୍ଷା ସମ୍ପର୍କିତ ବିପଦ ରହିଥିବାରୁ ଏଥିପାଇଁ ସତର୍କତା ଅବଲମ୍ବନ କରାଯାଉଛି। ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସୁରକ୍ଷା ପାଇଁ ବୁଲେଟ ପ୍ରୁଫ୍ ଜ୍ୟାକେଟ, ବୁଲେଟ ପ୍ରୁଫ୍ ଗାଡି ଯୋଗାଇ ଦିଆଯାଉଛି। ହିଜବୁଲ ମୁଜାହିଦ୍ଦିନ ଓ ଜୈସ-ଇ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ଶିଶୁମାନଙ୍କୁ ଢାଲ କରୁଛନ୍ତି। ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରୁ ଦୂରେଇ ରହିବା ଲାଗି ଉପଯୁକ୍ତ ପଦକ୍ଷେପ ନେବା ଦରକାର। ଯଦ୍ଦ୍ବାରା ସେମାନେ ଆତଙ୍କବାଦର ରାସ୍ତାରୁ ଦୂରେଇ ରହିପାରିବେ। ହିସାବ ଅନୁଯାୟୀ କାଶ୍ମୀର ଉପତ୍ୟକାରେ ବହୁ ସଂଖ୍ୟାରେ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି; ମାତ୍ର ତା ତୁଳନାରେ ସୁରକ୍ଷାକର୍ମୀମାନେ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆତଙ୍କବାଦୀଙ୍କୁ ଦମନ ପାଇଁ ଜାମ୍ମୁ-କାଶ୍ମୀରରେ ସିଆରପିଏଫ୍‌ର ୬୦ରୁ ଅଧିକ ବାଟାଲିୟନ (୬୦ହଜାରରୁ ଅଧିକ ଯବାନ) ମୁତୟନ ହୋଇଛନ୍ତି। ଏହା ସହିତ ରାଜ୍ୟ ପୁଲିସ ଓ ସେନା ମଧ୍ୟ ଆତଙ୍କବାଦୀଙ୍କୁ ଦମନ କରୁଛନ୍ତି। ସମସ୍ତ ସୁରକ୍ଷାବାହିନୀ ମିଳିତ ଭାବେ କାର୍ଯ୍ୟ କରୁଥିବାରୁ ଅଧିକ ସଫଳତା ମିଳିଛି। ଚଳିତବର୍ଷ ୧୪୨ ଜଣ ଆତଙ୍କବାଦୀଙ୍କୁ ନିପାତ କରାଗଲାଣି। ଗତବର୍ଷ ୨୨୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories