www.samajalive.in
Wednesday, December 10, 2025
18.1 C
Bhubaneswar

ନବରଙ୍ଗପୁର ପରିବାର ଅଦାଲତ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗୀତା

ନବରଙ୍ଗପୁର: ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଆଦେଶକ୍ରମେ ନବରଙ୍ଗପୁର ପରିବାର ଅଦାଲତ ଓ ଜିଲ୍ଲା ଅଦାଲତର ମିଳିତ ଆନୁକୁଲ୍ୟରେ ଶିଶୁ ଦିବସ ଅବସରରେ ସ୍ଥାନୀୟ ନୂତନ ଜିଲ୍ଲା ଅଦାଲତ ପରିସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଏହି ଚିତ୍ରାଙ୍କନ ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ ଅଶୋକ କୁମାର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ରେ ଯୋଗ ଦେଇ ସେମାନଙ୍କର ମନୋବଳ ବୃଦ୍ଧି କରିଥିବା କହିଥିଲେ । ପାଠପଢା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ୟ୍ୟକ୍ରମରେ ଭାଗ ନେଲେ ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପରିବାର ବିଚାରବିଭାଗୀୟ ଜଜ ସଞ୍ଜୟ କୁମାର ସାହୁ ଯୋଗଦେଇ ହାଇକୋର୍ଟଙ୍କ ନିର୍ଦେଶରେ ଏହି ପ୍ରତିଯୋଗୀତ। କରାଯାଇଛି । ଛାତ୍ରଛାତ୍ରୀମାନେ ସବୁ କାର୍ୟ୍ୟକ୍ରମରେ ଖେଳୁଆଡ଼ ମନୋବୃତି ରଖିବାକୁ ପରାମର୍ଶ ଦେଇଥିଲେ । ଶିଶୁ ଦିବସ ପାଳନ ଅବସରରେ ଶିଶୁମାନଙ୍କ ତଥା ଛାତ୍ରଛାତ୍ରୀଙ୍କ ଉଜ୍ଵଳ ଭବିଷ୍ୟ ଗଠନରେ ମାଆ ବାପାଙ୍କ ଭୂମିକା ତଥା ପରିବାରର ଗୁରୁତ୍ଵ ଥିବା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଆଜି ଦିବସର ମହତ୍ଵ ସମ୍ପର୍କରେ କହିଥିଲେ ।

ଅନ୍ୟାନ୍ୟ ଅତିଥି ରୂପେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନ୍ନପୂର୍ଣ୍ଣା ନାୟକ, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରିୟ ରଞ୍ଜନ ଓଝା, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଲାଲ ନାୟକ ଯୋଗ ଦେଇଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ମଞ୍ଚ ପରିଚାଳନା କରିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗୀତାରେ ନବରଙ୍ଗପୁର ପୌରାଞ୍ଚଳରୁ ବହୁ ବିଦ୍ୟାଳୟରୁ ୩୨ ଜଣ ପିଲାମାନେ ଭାଗ ନେଇଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗୀତାରେ ବିଚାରକ ଭାବେ ବସନ୍ତ ବେନିଆ, ମାଧବ ମଣ୍ଡଳ ଓ ରୋଶନ ବରାଳ ପ୍ରମୁଖ ଯୋଗ ଦେଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗୀତାରେ ବିଜୟୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଚିତ୍ରାଙ୍କନାରେ ପ୍ରତିଯୋଗୀତାରେ ଭାଗ ନେଇଥିବା ପିଲାଙ୍କ ମଧ୍ୟରୁ ମନୋଜ କୁମାର ନାଗ, ପୂଜାରୀଗୁଡା ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ । କୈଳାଶ ଅମନତ୍ୟ, ସିନ୍ଧିଗୁଡା ୟୁଜି ଉଚ୍ଚ ବିଦ୍ୟାଳୟର ଛାତ୍ର ଦ୍ଵିତୀୟ ସ୍ଥାନ ଓ ଅଗସ୍ଟସ ଡାନିଏଲ, ନବରଙ୍ଗପୁର ଥିଓ ଡୋର ପବ୍ଲିକ ସ୍କୁଲର ଛାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ୟ୍ୟକ୍ରମ ପରିବାର ଅଦାଲତ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା।

- Advertisement -

 

 

 

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories