www.samajalive.in
Monday, December 8, 2025
27.1 C
Bhubaneswar

ମୁମ୍ବଇରେ ପେଟ୍ରୋଲ ୯୦ ଟଙ୍କା ନିକଟତର

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ତେଲ ତାତି। ଘରୋଇ ବଜାରରେ ଦୈନିକ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। ପରିସ୍ଥିତି ଏବେ ଅଣାୟତ। ଖାଉଟିଙ୍କ ଉପରେ ପଡିଲାଣି ଚଡକ। ଶନିବାର ରାଜଧାନୀ ନୂଆଦିଲ୍ଲୀରେ ଲିଟର ପିଛା ୮୦ ଟଙ୍କା ଅତିକ୍ରମ କରିଥିବା ପେଟ୍ରୋଲ ମୂଲ୍ୟରେ ଆଜି ମଧ୍ୟ ବୃଦ୍ଧି ଅବ୍ୟାହତ ରହିଛି। ଅନ୍ୟପକ୍ଷରେ ଡିଜେଲ ଦର ଦୈନିକ ନୂଆ ରେଡର୍କ ସ୍ତର ଛୁଇଁଛି। ଏମିତିକି ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ନିକଟତର ହୋଇଛି।
ଆଜି ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୧୨ ପଇସା ବୃଦ୍ଧିି ଘଟି ୮୦ ଟଙ୍କା ୫୦ ପଇସା ଏବଂ ଡିଜେଲରେ ୧୦ ପଇସା ବୃଦ୍ଧିି ୭୨ ଟଙ୍କା ୬୧ ପଇସାକୁ ବୃଦ୍ଧି ଘଟିଛି। ଏଥିଯୋଗୁ ଦେଶରେ ଡିଜେଲ ମୂଲ୍ୟରେ ନୂଆ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ଦେଶର ସମସ୍ତ ସହର ମଧ୍ୟରେ ରବିବାର ମୁମ୍ବଇରେ ପେଟ୍ରୋଲ ଲିଟର ସର୍ବାଧିକ ୮୭ ଟଙ୍କା ୮୯ ପଇସା ଛୁଇଁ ୯୦ ଟଙ୍କା ନିକଟତର ହୋଇଛି। ତେବେ ମୁମ୍ବଇରେ ଡିଜେଲ ଲିଟର ପିଛା ୭୬ ଟଙ୍କା ୫୧ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୨ ପଇସା ବୃଦ୍ଧି ଘଟି ୭୯ ଟଙ୍କା ୪୧ ପଇସାରେ ପହଞ୍ଚି ୮୦ ଟଙ୍କା ନିକଟତର ହୋଇଛି। ଶନିବାର ଏହା ଲିଟର ପିଛା ୭୯ ଟଙ୍କା ୨୯ ପଇସା ରହିଥିଲା।
ସେହିଭଳି ଆଜି ଡିଜେଲ ଲିଟର ପିଛା ୧୧ ପଇସା ବୃଦ୍ଧିି ଘଟି ୭୭ ଟଙ୍କା ୯୬ ପଇସା ହୋଇଛି। ଗତକାଲି ଏହା ଲିଟର ପିଛା ୭୭ ଟଙ୍କା ୮୫ ପଇସା ରହିଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିି ସହ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଧାରା ଜାରି ରହିବାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି। ଏହାଫଳରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଊର୍ଦ୍ଧ୍ବଗାମୀ ହେଉଛି। ଉଭୟ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏବଂ ପେଟ୍ରୋଲିୟମ୍‍ ମନ୍ତ୍ରୀ ତୈଳ ମୂଲ୍ୟରେ ଦେଖାଦେଇଥିବା ଏହି ବୃଦ୍ଧିକୁ ସାମୟିକ ବୋଲି କହିଆସୁଥିଲେ ସୁଦ୍ଧା ଏଯାଏ ଦର ନିୟନ୍ତ୍ରଣକୁ ଆସିପାରୁନାହିଁ। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଭାଟ୍‍ (ମୂଲ୍ୟ ଯୁକ୍ତ ଟିକସ)ରେ ହ୍ରାସ ଘଟାଇ ତୈଳ ଦର କମ୍‍ କରିବାକୁ କହୁଥିବାବେଳେ ରାଜ୍ୟ ସରକାରଗୁଡିକ କେନ୍ଦ୍ର ଉତ୍ପାଦ ଶୁଳ୍କରେ ହ୍ରାସ କରୁ ବୋଲି କହୁଛନ୍ତି। ତେବେ
କୌତୂହଳର ବିଷୟ ହେଉଛି ଅଗଷ୍ଟ ମଧ୍ୟଭାଗଠାରୁ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୪୨ ପଇସା ଏବଂ ଡିଜେଲରେ ୩ ଟଙ୍କା ୮୪ ପଇସା ବୃଦ୍ଧି ଘଟିଲାଣି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁ ଆମଦାନୀ ମହଙ୍ଗା ହେବା ଯୋଗୁ ଏଭଳି ପରିସ୍ଥିିତି ସୃଷ୍ଟିି ହୋଇଛି। ତେବେ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଯେଉଁ ମୂଲ୍ୟରେ ବିକ୍ରି କରାଯାଉଛି ତାହାର ଅଧା ମୂଲ୍ୟ କେବଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଟିକସ। ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ କେନ୍ଦ୍ର ସରକାର ୯ ଥର ଉତ୍ପାଦ ଶୁଳ୍କ ଆକାରରେ ପେଟ୍ରୋଲ ଲିଟର ପିଛା ୧୧ ଟଙ୍କା ୭୭ ପଇସା ଏବଂ ଡିଜେଲ ଉପରେ ୧୩ ଟଙ୍କା ୪୭ ପଇସା ବୃଦ୍ଧିି ଘଟାଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories