www.samajalive.in
Sunday, December 7, 2025
15.1 C
Bhubaneswar

ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ଦେଓଗାଁ : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜଗନ୍ନାଥ ଫୁଟବଲ ଏସୋସିଏସନ ବଡବନ୍ଧ ପକ୍ଷରୁ ହେଉଥିବା ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ଡଙ୍ଗାଘାଟକୁ ହରାଇ ମହୀମୁଣ୍ଡା ଦଳ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଥିବା ବେଳେ ଦ୍ଵିତୀୟ ସେମିଫାଇନାଲରେ ଲୁଚକିବନ୍ଦ ଦଳକୁ ହରାଇ ଦେଓଗାଁ ଦଳ ଫାଇନାଲ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଥିଲା। ଫାଇନାଲ ମ୍ୟାଚ ମହିମୁଣ୍ଡା ବିପକ୍ଷରେ ଦେଓଗାଁ ଦଳ ଟ୍ରାଇବ୍ରେକର୍ ସହାୟତାରେ ୪-୨ଗୋଲରେ ବିଜୟ ଲାଭ କରି ଚାମ୍ପିଅନ ହୋଇଛି।  ଖେଳକୁ ରିତୁ ବୁଡେକ୍ ପରିଚାଳନା କରିଥିବା ବେଳେ ଶଶୀ ବେହେରା, ବିଧାନ ସେଠ୍ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଭାବେ ସୁଶିଲ ଚାନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବଡବନ୍ଧ ସରପଞ୍ଚ ଧୁବଳେଶ୍ୱର୍ ରାଉତ, ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ, ଏଲଆଇସି ଏଜେଣ୍ଟ ଲକ୍ଷ୍ମୀପ୍ରସାଦ ମେହେର, ରାଜ ପ୍ରତାପ ସିଂ ଦେଓ, ଶୈଳେନ୍ଦ୍ର ସାହୁ, ଛବିଳ ମାଝି ପ୍ରମୁଖ ଯୋଗ ଦେଇଥିଲେ। ଫୁଟବଲ ପ୍ରତିଯୋଗିତା କମିଟିର ରାକେଶ ଗଡାତ୍ୟା, ଖ୍ୟମାନିଧି ବେହେରା, ସୁମନ୍ତ ଶାଣ୍ଡ, ସୁକାନ୍ତ ପୁଟେଲ, ଜିବାନନ୍ଦ ବୁଦ୍ଧିଆ, ଅମିତ ଗଡ଼ତ୍ୟା, ସିଦ୍ଧାନ୍ତ ଜେନା, ପ୍ରଦୀପ ବଗର୍ତ୍ତି ସହ ଜଗନ୍ନାଥ ଫୁଟବଲ ଏସୋଷିଏସନର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories