www.samajalive.in
Tuesday, December 9, 2025
16.1 C
Bhubaneswar

ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସ୍କାଉଟ /ଗାଇଡ ପ୍ରତିଷ୍ଠା ଦିବସ ପାଳିତ

ରେଙ୍ଗାଲିକେମ୍ପ  : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡର ପ୍ରତିଷ୍ଠା ଦିବସ ନଭେମ୍ବର ୭ତାରିଖରେ ପାଳିତ ହୋଇଥାଏ ।ଚଳିତ ବର୍ଷ ବରଗଡ଼ ଜିଲ୍ଲା ରେ ଏହି ଦିବସର ମହତ ଉଦ୍ଦେଶ୍ୟକୁ ବ୍ୟାପକ କରିବା ପାଇଁ ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥିଲା। ଜାତୀୟ ବରିଷ୍ଠ ଉପ ସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ ଶ୍ରୀ କ।ଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟ ଗାଇଡ କମିଶନର ଶ୍ରୀ ରାଧାକାନ୍ତ ଛତ୍ରି ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ଜିଲ୍ଲାର ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ୟ୍ୟନ୍ତ ବିଦ୍ୟାଳୟ ଗୁଡିକରେ ଏହି ଦିବସ କୁ ବିଭିନ୍ନ ପ୍ରକାରର କାର୍ୟ୍ୟକ୍ରମ ଜରିଆରେ କରିଛନ୍ତି। ପ୍ରଥମ ଦିବସରେ ଭାରତ ତୁଝେ ସଲାମ, ଭାରତ ବାସୀଙ୍କୁ କୋଟି ପ୍ରଣାମ ଏହି ନାରା ଦେଇ କେଉଁଠି ସାଇକେଲ ରାଲି, କେଉଁଠି ପଦଯାତ୍ରା ତ ଆଉ କେଉଁଠି ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷରୋପଣ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି।ମହିଳା ସଶକ୍ତିକରଣ ,ଏକତା,ଅଖଣ୍ଡତା ରକ୍ଷା କରିବା ପାଇଁ ପରସ୍ପର ମଧ୍ୟରେ ସହଯୋଗୀ ମନୋଭାବ ରଖିବା ଆଦି ଉପରେ ଗୁରୁତ୍ଵ ଦିଆଯାଇଥିଲା। ପ୍ରତିଷ୍ଠା ଦିବସର ଦ୍ଵିତୀୟ ଦିବସରେ ଅତାବିରା ନୋଡାଲ ବିଦ୍ୟାଳୟରେ ସଚେତନତା ରାଲି, ,ଜିଲ୍ଲାସ୍ତରୀୟ ସମାଗମ ଓ ପରିଶେଷରେ ଅତାବିରା ଓ ଭେଡେନ ବ୍ଲକ ର ସ୍କାଉଟ୍ ମାଷ୍ଟର ,ଗାଇଡ କ୍ୟାପଟେନ ତଥା ସ୍କାଉଟ୍ ଓ ଗାଇଡ ମାନଙ୍କୁ ନେଇ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା ।ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମାଳୟା ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍କାଉଟ ଗାଇଡ ସମ୍ପାଦକ ତଥା ଶାରୀରିକ ଶିକ୍ଷା ଓ ଖେଳ ନିରୀକ୍ଷକ ଆଶୁତୋଷ ଦେ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସର୍ବଧର୍ମ ପ୍ରାର୍ଥନା ସଭାରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ସର୍ବଧର୍ମ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଗାଇଡ କ୍ୟାପଟେନ ସରମା ନାଏକ ,ପୁଷ୍ପଲତା ନାଏକ,ଲକ୍ଷ୍ମୀ ମହାପାତ୍ର ,ଗିରିଜା ପ୍ରଧାନ, ସ୍କାଉଟ୍ ମାଷ୍ଟର କିଶୋର ସାହୁ, ଲବ ସାହୁ,ସୁଧାଂଶୁ ସାହୁ ,ବିଶ୍ଵନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଦିବସର ଦ୍ଵିତୀୟ ପର୍ୟ୍ୟାୟରେ ସ୍କାଉଟ୍ ଗାଇଡ ମାନଙ୍କ ପାଇଁ ଅନଲାଇନ ପଞ୍ଜିକରଣ କାର୍ୟ୍ୟକ୍ରମ ଓ ଏଠି ନିମନ୍ତେ କର୍ମଶାଳା ର ଆୟୋଜନ ହୋଇଥିଲା।ଏହା ବ୍ୟତୀତ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ଏଥିରେ ସାମିଲ କରିବା ପାଇଁ ଆଜିଠାରୁ ୧୬ ନଭେମ୍ବର ପର୍ୟ୍ୟନ୍ତ ଏହି ପଞ୍ଜିକରଣ ଚାଲୁ ରହିବ ।ଏହି ପଞ୍ଜିକରଣ ପାଇଁ କମ୍ପ୍ୟୁଟର ଡାଟା ଅପରେଟର ଭାବରେ ସ୍କାଉଟ ମାଷ୍ଟର ରମେଶ ସେଠ୍ ଓ ଭବାନୀ ଶଙ୍କର ସାହୁ ଙ୍କୁ ଜିଲ୍ଲା ସ୍ତରରୁ ନିଯୁକ୍ତି କରାଯାଇଛି। ଏହାପରେ ଜନ ସଚେତନତା ପାଇଁ ସ୍କାଉଟ ଗାଇଡ ମାନଙ୍କୁ ନେଇ ଏକ ସାଇକେଲ ରାଲି କରାଯାଇଥିଲା । ଭେଡେନ ତଥା ଅତାବିରା ବ୍ଲକ ର ସମସ୍ତ ସ୍କାଉଟ୍ ମାଷ୍ଟର ଗାଇଡ କ୍ୟାପଟେନ ଏଥିରେ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories