www.samajalive.in
Monday, December 8, 2025
27.1 C
Bhubaneswar

ପିପିଲିକୁ ଶ୍ରେଷ୍ଠ ନିର୍ବାଚନମଣ୍ଡଳୀ କରିବା ଲକ୍ଷ୍ୟ : ରୁଦ୍ର ମହାରଥୀ

ପିପିଲି : ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀକୁ ଏକ ନୂଆ ରୂପରେ ଓ ଶ୍ରେଷ୍ଠ ନିର୍ବାଚନମଣ୍ଡଳୀ ଭାବେ ଗଢିତୋଳିବା ଦିଗରେ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ତେଇସିପୁର ଠାରେ ଶୁକ୍ରବାର ଆୟୋଜିତ ସାମ୍ବାଦିକଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମହାରଥୀ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଧାୟକ ରୁଦ୍ରପ୍ରତାପ କହିଥିଲେ ଯେ- ପିପିଲି ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ କ୍ଷେତ୍ରରେ ଗଣମାଧ୍ୟମର ସହଯୋଗ ଜରୁରୀ । ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଙ୍କ ସହଯୋଗ ଜାରି ରହିଲେ ପିପିଲି-ଡେଲାଙ୍ଗକୁ ସମଗ୍ର ରାଜ୍ୟ ଓ ଦେଶରେ ଏକ ବିକଶିତ ନିର୍ବାଚନମଣ୍ଡଳୀ ଭାବେ ଗଢି ତୋଳିବାର ପ୍ରୟାସ ସଫଳ ହୋଇପାରିବ ବୋଲି ସେ କହିଥିଲେ। ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଅଧିକାରକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଇବା ପାଇଁ ଶ୍ରୀମହାରଥୀ ସକରାତ୍ମକ ମନ୍ତବ୍ୟ ରଖିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ରାଜକିଶୋର ସ୍ୱାଇଁ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଚନ୍ଦ୍ରମାଧବ ମିଶ୍ର, ଦିବାକର ଷଡଙ୍ଗୀ, ରାକେଶ ରୋଶନ ମହାନ୍ତି, ଦିଲିପ କୁମାର ଧାଉଡିଆ, ପ୍ରଭାତ କୁମାର ମହାପାତ୍ର, ପ୍ରତାପ ବାରିକ, ବିଜୟ କୁମାର ମହାପାତ୍ର, ସଞ୍ଜୟ କୁମାର ପ୍ରଧାନ, ସନ୍ତୋଷ କୁମାର ପଟ୍ଟନାୟକ, ରଶ୍ମିରଞ୍ଜନ ପ୍ରଧାନ, ବିଭୂତି ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ବସନ୍ତ ଖଣ୍ଡାୟତରାୟ, ମନୋରଞ୍ଜନ ମହାପାତ୍ର, ଅରୁଣ କୁମାର ରାଉତଙ୍କ ସମେତ ନିର୍ବାଚନମଣ୍ଡଳୀର ବହୁ କାର୍ଯ୍ୟରତ ସାମ୍ବାଦିକ ଯୋଗଦେଇ ପିପିଲିର ସାମଗ୍ରିକ ବିକାଶ କ୍ଷେତ୍ରରେ ବିଧାୟକଙ୍କ ପଦକ୍ଷେପ ପ୍ରତି ସାମ୍ବାଦିକମାନଙ୍କର ସହଯୋଗ ଅତୁଟ ରହିବ ବୋଲି କହିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ କୋଭିଡ ମହାମାରୀରେ ପ୍ରାଣ ହରାଇଥିବା ନିର୍ବାଚନମଣ୍ଡଳୀର ଦୁଇ ସାମ୍ବାଦିକ ଦୀପକ କୁମାର ମିଶ୍ର ଓ ସୁକାନ୍ତ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍‍ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories