www.samajalive.in
Monday, December 8, 2025
27.1 C
Bhubaneswar

ମୋବାଇଲ ଟାୱାର ନିର୍ମାଣ ନେଇ ଗ୍ରାମବାସୀଙ୍କ ଆନ୍ଦୋଳନ

ଜି.ଊଦଯଗିରି: କରଡା଼ ପରେ ପୁଣି ରଣବା ଗ୍ରାମବାସୀ ନେଟୱର୍କ ସମସ୍ୟା ନେଇ ଅଣ୍ଟା ଭିଡ଼ଲେ ଯୁବ ଗୋଷ୍ଠୀ ଓ ମହିଳା । ଆଗାମୀ ପଞ୍ଚାୟତ ନିର୍ବାଚନ ପୁର୍ବରୁ ମୋବାଇଲ ନେଟୱର୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।  ଏହି ପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଦୁର୍ଗମ ଅଞ୍ଚଳ ରଣବା ପଞ୍ଚାୟତ ରେ। ଗ୍ରାମର ଶତାଧିକ ଯୁବକ, ମହିଳା, ପୁରୁଷ ଓ ପାଠପଢୁଆ ପିଲା ମୋବାଇଲ ନେଟୱର୍କ ସମସ୍ୟା ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ହାତରେ ଫ୍ଲାଗ କାର୍ଡ ଧରି ନାରାବାଜି ଦେଇ ଗ୍ରାମ ପରିକ୍ରମା କରିଛନ୍ତି। ଏଥିରେ ରଣବା ସରପଞ୍ଚ ମଧ୍ୟ ସାମିଲ ରହିଥିଲେ। ରଣବା ପଞ୍ଚାୟତରେ ୪ ହଜାର ୨୮୯ ଭୋଟର ରହିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମରେ କୈାଣସି ମୋବାଇଲ ଟାୱାର ନାହିଁ। ଦୀର୍ଘ ବର୍ଷ ଧରି ନେଟୱର୍କ ସମସ୍ୟା ବହୁତ ରହୁଥିବା ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ବ୍ୟାଘାତ ହେଉଛି ଏବଂ ଜରୁରୀ ସେବାରେ ମଧ୍ୟ ବହୁ ସମସ୍ୟା ଦେଖା ଦେଉଛି। ଏନେଇ ପ୍ରଶାସନ ଓ ରାଜନେତାଙ୍କୁ ବାରମ୍ବାର ଅବଗତ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ଏନେଇ ଗ୍ରାମର ଯୁବ ସଂଘ,ମହିଳା ସଂଘ,ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ନେଟୱର୍କ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories