www.samajalive.in
Tuesday, December 9, 2025
17.1 C
Bhubaneswar

ରାଜ୍ୟରେ ୫୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦିନକ ମଧ୍ୟରେ ୫୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୁଇଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୩୧୮ ଏବଂ ସ୍ଥାନୀୟ ସଂକ୍ରମିତ ୨୩୧ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସ ବର୍ଗର ୭୦ ଜଣ ରହିଥିବା ଜଣାଯାଇଛି । ରାଜ୍ୟର ଅନୁଗୁଳ ଜିଲାରୁ ୨, ବାଲେଶ୍ୱର ୧୨, ବରଗଡ ୨, ଭଦ୍ରକ ୪ ଓ ବଲାଙ୍ଗିରରୁ ଜଣେ ଚିହ୍ନଟ ହୋଇଛନ୍ତି । କଟକ ଜିଲାରୁ ୫୦, ଦେବଗଡ ୮, ଢେଙ୍କାନାଳ ୬, ଜଗତସିଂହପୁର ୯, ଯାଜପୁର ୧୩, ଝାରସୁଗୁଡା ୨, କଳାହାଣ୍ଡି ୪, କେନ୍ଦ୍ରାପଡା ୭, ଖୋର୍ଦ୍ଧାରୁ ୨୯୬ ଜଣଙ୍କୁ ଚିହ୍ନଟ କରାଯାଇଛି । କୋରାପୁଟରେ ୩, ମୟୁରଭଞ୍ଜ ୧୩, ନୟାଗଡ ୧୦, ନୂଆପଡା ୬, ପୁରୀ ୯, ରାୟଗଡା ୧ ଓ ସମ୍ବଲପୁରରେ ୧୬ ଜଣ ଚିହ୍ନଟ ହୋଇଛନ୍ତି । ସୋନପୁର ୧, ସୁନ୍ଦରଗଡ ୭ ଏବଂ ଷ୍ଟେଟପୁଲରୁ ୬୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୪୯୭ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୪୬୭୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । କେନ୍ଦୁଝର ଓ ଅନୁଗୁଳ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ପ୍ରାଣହାନି ଘଟିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories