www.samajalive.in
Monday, December 8, 2025
20.1 C
Bhubaneswar

‘ହିନ୍ଦୁଙ୍କ ସମ୍ମୁଖରେ ନମାଜ ପାଠ’ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ୱାକର ୟୁନିସ

ଇସଲାମାବାଦ: ମହମ୍ମଦ ରିଜୱାନଙ୍କ ସମ୍ପର୍କରେ ‘ହିନ୍ଦୁମାନଙ୍କ ସମ୍ମୁଖରେ ନମାଜ ପାଠ’ ମନ୍ତବ୍ୟ ଦେଇ ଅନେକଙ୍କ ମନରେ ଗଭୀର ଦୁଃଖ ପହଞ୍ଚାଇଛନ୍ତି କିମ୍ବଦନ୍ତୀ ପାକିସ୍ତାନ କ୍ରିକେଟ ତାରକା ୱାକର ୟୁନିସ । ଟି୨୦ ଉଦଘାଟନି ମ୍ୟାଚରେ ଭାରତ ବିରୋଧରେ ୧୦ ୱିକେଟରେ ବିଜୟ ହାସଲ କରିବାପରେ ପାକିସ୍ତାନ ଉଲ୍ଲସିତ ଥିବାବେଳେ ମ୍ୟାଚ ଫଳାଫଳକୁ ନେଇ ୱାକରଙ୍କ ମନ୍ତବ୍ୟ ସାରା ବିଶ୍ୱରେ ତୀବ୍ର ସମାଲୋଚନାର ଶରବ୍ୟ ହୋଇଛି । ଏପରିକି ଭାରତୀୟ କ୍ରିକେଟ ବିଶାରଦ ହର୍ଷ ଭୋଗଲେ ୱାକରଙ୍କ ମନ୍ତବ୍ୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ତାଙ୍କ ନିକଟରୁ ଏଥିପାଇଁ କ୍ଷମା ପ୍ରାର୍ଥନା ଆଶା କରିଥିଲେ । ତେବେ ୟୁନିସ ତାଙ୍କ ମନ୍ତବ୍ୟକୁ ନେଇ ନିଜର ଭୁଲ ବୁଝିପାରିବା ସହିତ ଟ୍ୱିଟରରେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ସେତେବେଳେ ସରଗରମ ପରିସ୍ଥିତିକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଥିଲେ । ଏଥିଯୋଗୁଁ ଅନେକଙ୍କ ମନରେ ଆଘାତ ପହଞ୍ଚାଇଥିବାରୁ ସେ ନିଜକୁ ଦୁଃଖିତ ମନେ କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କ୍ରୀଡା ଲୋକଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଯୋଡିଥାଏ । ନୁ୍ୟଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଦ୍ୱିତୀୟ ବିଜୟ ହାସଲ କରିବା ପରେ ୱାକର ଏହା ଟ୍ୱିଟ କରିଛନ୍ତି । ସୂଚନାଯୋଗ୍ୟ ଯେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ପାନୀୟ ବିରତି ସମୟରେ ରିଜୱାନ ପ୍ରାର୍ଥନା କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା । ତେବେ ଏହାକୁ ନେଇ ୱାକରଙ୍କ ମନ୍ତବ୍ୟ ଏଭଳି ଏକ ଚର୍ଚ୍ଚିତ ଓ ବିବାଦୀୟ ବିଷୟ ପାଲଟିବ, ତାହା ନିଜେ ୱାକର ମଧ୍ୟ ଜାଣିନଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories