www.samajalive.in
Tuesday, December 9, 2025
16.1 C
Bhubaneswar

୭ ବର୍ଷରେ ପେଟ୍ରୋଲ ଲିଟର ୪୪ ଟଙ୍କା ବଢ଼ିଛି

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ଲଗାମ ନାହିଁ। ଲଗାତାର ପଞ୍ଚମ ଦିନ ହେଲା ବଢ଼ି ଚାଲିଛି ତୈଳ ଦର। ଆଜି ପୁଣି ଦର ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ। କ୍ରମାଗତ ଦର ବଢ଼ିବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି। ଏହାର ପ୍ରଭାବରେ ବିଭିନ୍ନ ସାମଗ୍ରୀ ଦରଦାମ ବୃଦ୍ଧି ପାଉଛି। ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଥିଲେ ମଧ୍ୟ ରାଜନୈତିକ ଦଳ ଗୁଡିକ ଚୁପ ବସିଛନ୍ତି। ପ୍ରତିବାଦ କରାଯାଉ ନ ଥିବାରୁ ନିୟନ୍ତ୍ରଣ ଉପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ।
ଆଜି ଭୁବନେଶ୍ବରରେ ପେଟ୍ରୋଲ ଉପରେ ୩୫ ପଇସା ଏବଂ ଡିଜେଲ ଉପରେ ୩୯ ପଇସା ଦର ବୃଦ୍ଧି ପାଇଛି। ଫଳସ୍ବରୂପ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୮.୫୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ୧୦୫.୦୯ଟଙ୍କାରେ ପହଞ୍ଚିଛି। କଟକରେ ପେଟ୍ରୋଲ ଲିଟର ଦର ୧୦୮.୯୦ ଟଙ୍କା ଓ ଡିଜେଲ ଲିଟର ଦର ୧୦୫.୪୧ ଟଙ୍କା ରହିଥିବା ବେଳେ ସୁନ୍ଦରଗଡରେ ପେଟ୍ରୋଲ ଲିଟର ଦାମ ୧୦୮.୮୭ଟଙ୍କା ଓ ଡିଜେଲ ଲିଟର ଦାମ ୧୦୫.୪୧ ଟଙ୍କା, ସମ୍ବଲପୁରରେ ପେଟ୍ରୋଲ ଲିଟର ଦର ୧୦୯.୨୧ ଟଙ୍କା ଏବଂ ଡିଜେଲ ଲିଟର ଦର ୧୦୫.୭୩ ଟଙ୍କା, ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ଦର ୧୧୪.୧୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୧୧୦.୪୭ ଟଙ୍କା ଏବଂ ବାଲେଶ୍ବରରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ଯଥାକ୍ରମେ ୧୦୮.୭୯ ଟଙ୍କା ଓ ୧୦୫.୩୨ ଟଙ୍କାରେ ଗ୍ରାହକଙ୍କୁ ବିକ୍ରୟ କରାଯାଉଛି। ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ୩୫ ପଇସା ଲେଖାଏଁ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ଦାମ ୧୦୭.୫୯ ଟଙ୍କା ହୋଇଛି। ଏଠାରେ ଡିଜେଲ ୯୬.୩୨ ଟଙ୍କା ରହିଛି । ମୁମ୍ବଇରେ ପେଟ୍ରୋଲ ଲିଟର ମୂଲ୍ୟ ୧୧୩.୪୬ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୪.୩୮ ଟଙ୍କାରେ ମିଳୁଛି। ଅପରପକ୍ଷେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାରରେ ପହଞ୍ଚିଲାଣି। ପ୍ରତିଦିନ ଅଶୋଧିତ ତୈଳ ଦାମ ବୃଦ୍ଧିପାଉଛି। ଏହାର ପ୍ରଭାବ ବଜାର ଉପରେ ପଡୁଛି। କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ବିଗତ ଦେଢ ବର୍ଷ ହେଲା ଟିକସ ବୃଦ୍ଧି କରିବା ଯୋଗୁଁ ଦର ନିୟନ୍ତ୍ରଣକୁ ଆସୁନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବ୍ୟବସ୍ଥା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ୨୦୧୪ ମସିହାରେ ଦେଶରେ ପେଟ୍ରୋଲ ଲିଟର ଦର ୬୭.୮୬ ଟଙ୍କା ଥିଲାବେଳେ ଏହାରି ଭିତରେ ବାରମ୍ବାର ଦର ବୃଦ୍ଧି ପାଇ ୧୧୧.୫୦ଟଙ୍କା ଟପିଲାଣି। ଡିଜେଲ ଲିଟର ଦର ୫୮.୯୭ ଟଙ୍କା ଥିଲାବେଳେ ଏବେ ୧୦୫ ଟଙ୍କା ଅତିକ୍ରମ କଲାଣି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories