www.samajalive.in
Monday, December 8, 2025
20.1 C
Bhubaneswar

ଲଖିମପୁର ହିଂସା ପ୍ରତିବାଦରେ କୃଷକଙ୍କ ଦେଶବ୍ୟାପୀ ପ୍ରତିବାଦ, ବିଭିନ୍ନ ସ୍ଥାନରେ ରେଳ ରୋକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ହିଂସାକାଣ୍ଡ ପ୍ରତିବାଦରେ ସୋମବାର ଦିନ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସମଗ୍ର ଦେଶରେ ପ୍ରତିବାଦ କରାଯାଉଛି । କୃଷକମାନେ ବିଭିନ୍ନ ସ୍ଥାନରେ ରେଳରୋକ ଆନ୍ଦୋଳନ କରିଥିବାବେଳେ ସେମାନଙ୍କର ପ୍ରତିବାଦସ୍ଥଳଗୁଡିକରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଲଖିମପୁର ଘଟଣା ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ସହିତ ତାଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଏହି ଆନ୍ଦୋଳନ କରାଯାଉଛି । ଏଥିରେ ଦେଶବ୍ୟାପୀ ୪୦ଟି କୃଷକ ସଂଗଠନ ସାମିଲ ହୋଇଛନ୍ତି । ଅଜୟ ମିଶ୍ର ଟେନିଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ କୃଷକମାନେ ଆନ୍ଦୋଳନ କରିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି । ସୂଚନାଯୋଗ୍ୟ ଯେ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଘଟିଥିବା ହିଂସାରେ ମୋଟ ୯ ଜଣଙ୍କର ପ୍ରାଣହାନି ଘଟିଥିଲା । ଉତ୍ତର ପ୍ରଦେଶ ରାଜଧାନୀ ଲଖନଉରେ ୧୪୪ ଧାରା ଜାରି କରାଯିବା ସହିତ ରେଳରୋକ କରାଗଲେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ଏଥିରେ ସାମିଲ ଲୋକଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଗିରଫ କରିବାକୁ ପୁଲିସ ଧମକ ଦେଇଛି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories