www.samajalive.in
Tuesday, December 9, 2025
17.1 C
Bhubaneswar

ରାଜ୍ୟରେ ପ୍ରତିବର୍ଷ ୧.୮ ଲକ୍ଷ ଲୋକ ବୃକକ ଅକାମିର ଶିକାର ହେଉଛନ୍ତି; ୨ ଲକ୍ଷଙ୍କର ଯକୃତ ଅକାମି ହେଉଛି

ଭୁବନେଶ୍ୱର: ରାଜ୍ୟରେ ପ୍ରତିବର୍ଷ ୧.୮ଲକ୍ଷ ଲୋକେ ବୃକକ୍ ଅକାମିର ଶିକାର ହେଉଛନ୍ତି । ସେଥିମଧ୍ୟରୁ ମାତ୍ର ୬ହଜାରଙ୍କର ପ୍ରତିରୋପଣ କରାଯାଉଛି । ସେହିଭଳି ବାର୍ଷିକ ୨ଲକ୍ଷ ଲୋକ ଯକୃତ ଅକାମିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ସେମାନଙ୍କ କ୍ଷ୍ରେତରେ ମାତ୍ର ୧୫୦୦ଙ୍କ ଠାରେ ପ୍ରତିରୋପଣ ହେଉଛି । ସେହିଭଳି ବର୍ଷକୁ ରାଜ୍ୟରେ ପ୍ରାୟ ୫୦ହଜାର ଲୋକ ହୃଦଘାତର ଶିକାର ହେଉଛନ୍ତି । କିନ୍ତୁ ବର୍ଷକରେ ମାତ୍ର ୧୦ରୁ ୧୫ଟି ହୃତପିଣ୍ଡ ପ୍ରତିରୋପଣ ସମ୍ଭବ ହେଉଛି । ଏଥିପାଇଁ ମୃତ୍ୟୁ ପରେ ଶରୀର ଦାନ ପାଇଁ ଅଧିକ ପ୍ରୋତ୍ସାହନ ଏବେ ଜରୁରୀ ହୋଇପଡିଛି । ପ୍ରଭାବଶାଳୀ କାଉନସେଲିଂ ଓ ନିରନ୍ତର ସଚେତନତା ଅଭିଯାନ ଦ୍ୱାରା ଅଙ୍ଗଦାନ ହାର ବଢିପାରିବ ବୋଲି ଆପୋଲା ହସ୍ପିଟାଲର ବିଶିଷ୍ଟ ବୃକକ ରୋଗ ବିଶେଷଜ୍ଞ ଡା. ନିଶିଥ ମହାନ୍ତି କହିଛନ୍ତି ।
ଚେନ୍ନାଇର ଏକ ପରିବାରର ଉଦାହରଣ ଦେଇ ସେ କହିଛନ୍ତି, ନିକଟରେ ଦୁଇଟି ପରିବାରର ଅଙ୍ଗଦାନ ଭଳି ମହନୀୟତା ଯୋଗୁ ୧୪ଜଣ ରୋଗୀ ନୂଆ ଜୀବନ ପାଇଛନ୍ତି । ମସ୍କିଷ୍କ ମୃତ ବା ବ୍ରେନ ଡେଡ ହୋଇଥିବା ନିଜ ପୁଅର ଅଙ୍ଗଦାନ ପାଇଁ ଏହି ଦୁଇଟି ପରିବାର ଆଗେଇ ଆସିଥିଲେ । ଫଳରେ ୧୪ଜଣ ରୋଗୀ ଖାଲି ନୂଆ ଜୀବନ ପାଇନଥିଲେ ବରଂ ପ୍ରତି ମୂହୁର୍ତ୍ତର ଅବସାଦ ଓ ଦ୍ୱନ୍ଦ୍ୱରୁ ସେମାନଙ୍କୁ ମୁକ୍ତି ମିଳିଥିଲା । ଓଡିଶାର ଆଉ ଏକ ଉଦାହରଣ ଦେଇ ସେ କହିଥିଲେ, ଜଣେ ବେସରକାରୀ ଚାକିରୀ କରୁଥିବା ଜଣେ ବ୍ୟକ୍ତି ଲିଭର ସିରୋସିସରେ ଆକ୍ରାନ୍ତ ହୋଇ ବର୍ଷେ ହେବ ଯକୃତ ପ୍ରତିରୋପଣ ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ତାଙ୍କୁ କୌଣସି ଦାତା ମିଳୁନାହାନ୍ତି । ରାଜ୍ୟରେ ଅଙ୍ଗଦାତା ଓ ଅଙ୍ଗର ଆବଶ୍ୟକ କରୁଥିବା ଲୋକଙ୍କ ଭିତରେ ବଡ ବ୍ୟବଧାନ ରହୁଛି ବୋଲି ଡା. ମହାନ୍ତି କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories