www.samajalive.in
Monday, December 8, 2025
20.1 C
Bhubaneswar

ପୁରୀ ଷ୍ଟାଡିୟମ୍ ପ୍ରକଳ୍ପ କାର୍ଯ୍ୟ ତଦାରଖ କଲେ ୫-ଟି ସଚିବ

ପୁରୀ: ପୁରୀ ପେଣ୍ଠକଟା ଅଞ୍ଚଳରେ ଚାଲିଥିବା ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ୫ ଟି ସଚିବ ଭି. କେ. ପାଣ୍ଡିୟାନ। ସେ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଡିସେମ୍ବର ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ ସଂପୂର୍ଣ୍ଣ କରିବାକୁ ଠିକାଦାର ସଂସ୍ଥାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୧୩ ଏକର ଜମିରେ ନିର୍ମାଣ ହେଉଛି ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍। ଏଥିପାଇଁ ଖେଲୋ ଇଣ୍ଡିଆ ଯୋଜନାରେ କେନ୍ଦ୍ର ସରକାର ୭ କୋଟି ୫୦ ହଜାର ଏବଂ ଅବଢ଼ା ଯୋଜନାରେ ରାଜ୍ୟ ସରକାର୍ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଠାରେ ଉଭୟ ଆଉଟ୍ ଡୋର ଏବଂ ଇନ୍ ଡୋର ଷ୍ଟାଡିୟମ୍ କରାଯାଉଛି।

- Advertisement -

କ୍ରିକେଟ, ଫୁଟବଲ, ଦୌଡ଼କୁଦ, ବସ୍କେଟ ବଲ, ବାଡମିଣ୍ଟନ, କୁସ୍ତି, କବାଡି, ଖୋଖୋ, ଜୁଡୋ ଖେଳ ପାଇଁ ବ୍ୟବସ୍ଥା ରହିବ। ଏହାଛଡା ୧୦୦ କ୍ରୀଡାବିତଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରାଯାଉଛି। ଏହାଛଡା ସନ୍ତରଣ ପୋଖରୀ ନିର୍ମାଣ କରାଯାଉଛି। ସାମୁଦ୍ରିକ ବାତ୍ୟା ଫନି ଏବଂ କରନା ଯୋଗୁ ନିର୍ମାଣ କାର୍ଯ ବିଳମ୍ବ ହୋଇଥିବା ଠିକାଦାର ସଂସ୍ଥା ପକ୍ଷରୁ କୁହାଯାଇଛି। ୨୦୨୨ ଜାନୁଆରୀ ୧ ତାରିଖ ସୁଦ୍ଧା ନିର୍ମାଣ କାର୍ଯ ଶେଷକରି ଷ୍ଟାଡିୟମ୍ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିୟାନ। ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଉପସ୍ଥିତ ଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories