www.samajalive.in
Thursday, December 11, 2025
26.1 C
Bhubaneswar

ଦିଲ୍ଲୀରେ ଶକ୍ତି ସଙ୍କଟ ଆଶଙ୍କା ନାହିଁ : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ବିଜୁଳି ଶକ୍ତିର ସଙ୍କଟ ଦେଖାଯିବା ନେଇ ପ୍ରକାଶ ପାଇଥିବା ଆଶଙ୍କାକୁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂହ ଖଣ୍ଡନ କରିଛନ୍ତି। ରବିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଗୁଡିକୁ କୋଇଲା ଯୋଗାଣରେ କୌଣସି ପ୍ରକାର ଅଭାବ ନାହିଁ। ତେଣୁ ବିଦ୍ୟୁତ୍ ଯୋଗାଣ ପୂର୍ବବତ୍ ଜାରି ରହିବ। ଦିଲ୍ଲୀରେ ବିଦ୍ୟୁତ୍ ଶକ୍ତିର ଅଭାବ ଦେଖାଯିବା ନେଇ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ସିଂହ ଶକ୍ତି ମନ୍ତ୍ରଣାଳୟ ଓ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀ ବିଏସ୍‌ଇଏସ୍‌, ଟାଟା ପାୱାରର ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଏହି ଆଶଙ୍କାକୁ ଖଣ୍ଡନ କରିଛନ୍ତି। ଏହା ପୂର୍ବରୁ ଶନିବାର ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଥିଲେ ଯେ ଆଗାମୀ ଦୁଇ ଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯିବ। ଏପରି ଆଶଙ୍କା ସମ୍ପର୍କରେ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ। ଦିଲ୍ଲୀର ବିଦ୍ୟୁତ୍ ଚାହିଦା ଅନୁଯାୟୀ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡିକୁ ଯଥେଷ୍ଟ କୋଇଲା ଯୋଗାଇ ଦିଆଯାଉ ନଥିବା ଦିଲ୍ଲୀ ସରକାର ଅଭିଯୋଗ କରିଥିଲେ। ତାପଜ ବିଦ୍ୟୁତ୍ କମ୍ପାନୀଗୁଡିକରେ ୧୪ଦିନ ପାଇଁ କୋଇଲା ମହଜୁଦ୍ ରହିବାକୁ ନିୟମ ଥିବାବେଳେ ଏଠାରେ ମାତ୍ର ୩ଦିନ ପାଇଁ କୋଇଲା ମହଜୁଦ୍ ଥିବା ଅଭିଯୋଗ ହୋଇଥିଲା। ତେବେ କେନ୍ଦ୍ରମନ୍ତ୍ରୀ ସିଂହ କହିଛନ୍ତି ଯେ ଦିଲ୍ଲୀ ସରକାର ଅଯଥାରେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ତାପଜ ବିଦ୍ୟୁତ୍ କମ୍ପାନୀଗୁଡିକରେ ଯଥେଷ୍ଟ କୋଇଲା ମହଜୁଦ ଅଛି ଓ ଏହାର ଯୋଗାଣ ପୂର୍ବବତ୍ ଜାରି ରହିଛି। ତେବେ ଟାଟା ପୱାର କମ୍ପାନୀ ଗ୍ରାହକଙ୍କ ଟିକଟକୁ ମିଥ୍ୟା ଏସଏମ୍ଏସ୍‌ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ନେଇ କେନ୍ଦ୍ରମନ୍ତ୍ରୀ କମ୍ପାନୀ ସିଇଓଙ୍କୁ ଚେତାବନୀ ଦେଇଛନ୍ତି। ଏପରି ମିଥ୍ୟା ଏସଏମଏସ୍ ଦ୍ବାରା ଲୋକଙ୍କୁ ଭ୍ରମିତ କରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସିଂହ କହିଛନ୍ତି। ସେ କହିଛନ୍ତି ଗେଲ ଓ ଟାଟା ପୱାରର କାର୍ଯ୍ୟ ଦାୟିତ୍ବହୀନତାର ପରିଚୟ। ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ କରୁଥିବା ଟାଟା ଶକ୍ତି ବଣ୍ଟନ ଲିମିଟେଡ (ଟିପିଡିଡିଏଲ୍‌) ଶନିବାର ସୂଚନା ଦେଇଥିଲା ଯେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବ। ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଉଥିବା କମ୍ପାନୀର ୟୁନିଟ୍‌ରେ ଆବଶ୍ୟକ କୋଇଲା ମହଜୁଦ୍ ନାହିଁ। ମହଜୁଦ୍ କୋଇଲା ମାତ୍ର ଦିନେ ଦୁଇଦିନର ଆବଶ୍ୟକତା ପୂରଣ କରିପାରିବ ବୋଲି କମ୍ପାନୀ ସିଇଓ ଗଣେଶ ଶ୍ରୀନିବାସ କହିଥିଲେ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories