www.samajalive.in
Monday, December 8, 2025
20.1 C
Bhubaneswar

ଚନ୍ଦ୍ରପୁର ଅଙ୍ଗନବାଡି କେନ୍ଦ୍ରରେ ଅନିମିୟତା ନେଇ ସିଡିପିଓ ଙ୍କୁ ଭେଟିଲେ ଗ୍ରାମବାସୀ

ପାପଡାହାଣ୍ଡି: ସରକାରଙ୍କ ନିୟମ କୁ ମାନୁନାହାନ୍ତି ଅଙ୍ଗନବାଡି କର୍ମୀ, ଚନ୍ଦ୍ରପୁର ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ ଅନିମିୟତା ହେଉଥିବା ନେଇ ସିଡ଼ିପିଓ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ। ସରକାର ଙ୍କ ନିୟମ ଅନୁଯାୟୀ ପ୍ରତ୍ୟକ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ୧୨ ଗୋଟି ଅଣ୍ଡା ,ଚାଉଳ ,ଡାଲି ,ତେଲ ଇତ୍ୟାଦି ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଏଠାରେ ଏହା ବ୍ୟତିକ୍ରମ ଦେଖାଦେଇଛି, ଏଠାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଙ୍କ ମନମୁଖୀ  ଯୋଗୁଁ ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହଉଛନ୍ତି ।
ଏଭଳି ଅଭିଯୋଗ କରିଛନ୍ତି  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ଅନ୍ତର୍ଗତ ଗ୍ରାମବାସୀ, ପୁଣି ଗର୍ଭବତୀ ମାଆ ମାନେ ଅଭିଯୋଗ କରିଛନ୍ତି ଯେ ,ତାଙ୍କ ଗାଁର ଯେଉଁ ଅଙ୍ଗନବାଡି ଦିଦି ଅଛନ୍ତି ସେ କୌଣସି ପ୍ରକାରେ ଶିଶୁ ମାନଙ୍କୁ ଅଣ୍ଡା ,ଚାଉଳ,ତେଲ ଇତ୍ୟାଦି ଠିକ ପରିମାଣରେ ଦେଉ ନାହାନ୍ତି ଓ ଠିକ ଭାବେ କାର୍ଯ୍ୟ ବି କରୁନାହାନ୍ତି। ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ  ସିଡିପିଙ୍କୁ ପ୍ରଦାନ କରିଛନ୍ତି। ଏବଂ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ଏପଟେ ଅଭିଯୋଗ ପାଇବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସିଡିପିଓ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories