www.samajalive.in
Monday, December 8, 2025
17.1 C
Bhubaneswar

ଋଣ ସଂଯୋଗୀକରଣରେ ୮ କୋଟି ୩୮ ଲକ୍ଷ ଋଣ ପ୍ରଦାନ 

ରେଙ୍ଗାଲିକେମ୍ପ : ଅତାବିରା ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପରେ ଲିଡ଼ ବ୍ୟାଙ୍କ ବରଗଡ଼ର ଆୟୋଜନକ୍ରମେ ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଲଡିଏମ ସୀତାରାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଋଣ ର ସୁବିନିଯୋଗ କରିବା ପାଇଁ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଡିଓ ବିଶ୍ୱନାଥ ସାହୁ ,ଡିପିଏମ ଶଙ୍କର ଚାଳନ, ଜିଏମଡିଆଇସି ଲକ୍ଷ୍ମୀଧର ସୁରେନ, ଉପ ନିର୍ଦ୍ଦେଶକ ଟେକ୍ସଟାଇଲ  ଏସଏନ ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଚୟନ ହୋଇଥିବା ୧୫୯ ଜଣ ହିତାଧିକାରୀଙ୍କୁ ସମୁଦାୟ ୮ କୋଟି ୩୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି।ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ଟ୍ରାକ୍ଟର, ହାରଭେସ୍ଟର, ବଳରାମ ଭଳି ଋଣ ପ୍ରଦାନ କରାଯାଇଛି। ଏଥିରେ ଅତାବିରା ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories