www.samajalive.in
Monday, December 8, 2025
24.1 C
Bhubaneswar

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୫୨୪ ନୂଆ କୋଭିଡ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୫୨୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୦୬ ଓ ସ୍ଥାନୀୟ ସଂକ୍ରମିତ ୨୧୮ ଜଣ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ଶିଶୁ ଓ କିଶୋର ୭୫ ଜଣ ରହିଛନ୍ତି । ରାଜ୍ୟର ଅନୁଗୁଳ ଜିଲାରେ ୬, ବାଲେଶ୍ୱର ୨୦, ଭଦ୍ରକ ୩, ବଲାଙ୍ଗିର ୧, କଟକରେ ୭୫ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରେ ୨, ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୧୫, ଯାଜପୁରେ ୧୪ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରେ ୧, କେନ୍ଦ୍ରାପଡା ୭, କେନ୍ଦୁଝର ୩, ଖୋର୍ଦ୍ଧା ୨୫୦, କୋରାପୁଟ ୩, ମାଲକାନଗିରି ୧ ଓ ମୟୁରଭଞ୍ଜରେ ୨୨ ଚିହ୍ନଟ ହୋଇଛନ୍ତି । ସେହିଭଳି ନୟାଗଡରେ ୩, ନୂଆପଡା ୧, ପୁରୀ ୧୩, ରାୟଗଡା ୨, ସମ୍ବଲପୁର ୮, ସୁନ୍ଦରଗଡ ୧୧ ଏବଂ ଷ୍ଟେଟପୁଲରୁ ୫୮ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୫୨୨ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ସଂପ୍ରତି ୫୧୧୧ ଜଣ ସକ୍ରିୟ କରୋନା ରୋଗୀ ରହିଥିବା ଜଣାଯାଇଛି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories