www.samajalive.in
Tuesday, December 9, 2025
17.1 C
Bhubaneswar

ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ମାହାଙ୍ଗାରେ ପଦଯାତ୍ରା ଓ ଗାନ୍ଧୀ ଜୟନ୍ତୀ ପାଳନ

କୁଆଁପାଳ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମାହାଙ୍ଗା ବିଧାୟକ ତଥା ପଂଚାୟତ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ମାହାଙ୍ଗାରେ ଜନସମ୍ପର୍କ ପଦଯାତ୍ରା ଓ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇଅଛି। ଚମ୍ପାପୁର ସ୍ଥିତ କଇଥା ଗାନ୍ଧୀ ଶିକ୍ଷାଶ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଦଳୀୟ ନେତୃମଣ୍ଡଳୀ ମାନଙ୍କ ସହ ପହଂଚି ଗାନ୍ଧୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାସୁମାନ ଅର୍ପଣ କରିଥିଲେ। ସେଇପରି ମନ୍ତ୍ରୀ ଶ୍ରୀ ଜେନା ଦଳୀୟ କର୍ମୀଙ୍କ ଗହଣରେ କଇଥା ପଂଚାୟତ ଓ ସମାସରପୁର ପଂଚାୟତ ପଦଯାତ୍ରାରେ ଯାଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବାସହ ଯଶୋରାଜ ପୁର ଓ ଭେଡା ପଂଚାୟତ ରାମକୃଷ୍ଣ ପୁର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ଏକ ପଥ ପ୍ରାନ୍ତ ସଭାରେ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମାହାଙ୍ଗା ଆଗମନ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ବ୍ଲକ ଅଧକ୍ଷ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ବ୍ଲକ ଯୁବ ବିଜେଡି ସଭାପତି ଶରତ ନାୟକ ହେମନ୍ତ ପ୍ରଧାନ, ବ୍ଲକ ଉପାଧକ୍ଷା ରସିଦା ବେଗମ, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ଜିଲ୍ଲାପାରିଷଡ଼ ସଭ୍ୟା ପ୍ରତିନିଧି ଦୀପକ କୁମାର ଦାଶ,ଜିଲ୍ଲାପରିସଦ ସଭ୍ୟ ହୃଷିକେଶ ସ୍ୱାଇଁ ଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories