www.samajalive.in
Monday, December 8, 2025
24.1 C
Bhubaneswar

ରାଜ୍ୟରେ ୫୬୫ ନୂଆ ସଂକ୍ରମିତ ଚିହ୍ନଟ, ୫ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୩୨୮ ଓ ସ୍ଥାନୀୟ ସଂକ୍ରମିତ ୨୩୭ ଜଣ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୩ ଜଣ ଶିଶୁ ଓ କିଶୋର ରହିଛନ୍ତି । ଅନୁଗୁଳ ଜିଲାରେ ୮, ବାଲେଶ୍ୱର ୨୮, ବରଗଡ ୨, ଭଦ୍ରକ ୬, ବଲାଙ୍ଗିର ୪ ଓ କଟକ ଜିଲାରେ ୬୧ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରେ ୩, ଢେଙ୍କାନାଳ ୫, ଗଞ୍ଜାମ ୪, ଜଗତସିଂହପୁର ୨୦, ଯାଜପୁର ୨୮ ଓ ଝାରସୁଗୁଡା ଜିଲାରେ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି କଳାହାଣ୍ଡିରେ ୩, କନ୍ଧମାଳ ୫, କେନ୍ଦ୍ରାପଡା ୪, କେନ୍ଦୁଝର ୪, ଖୋର୍ଦ୍ଧାରେ ୨୫୬ ଚିହ୍ନଟ ହୋଇଛନ୍ତି । କୋରାପୁଟରେ ୪, ମୟୁରଭଞ୍ଜ ୨୬, ନୟାଗଡ ୨, ନୂଆପଡା ୩, ପୁରୀ ୧୨ ଓ ରାୟଗଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରେ ୧୧, ସୁନ୍ଦରଗଡ ୬, ଷ୍ଟେଟପୁଲରୁ ୫୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୬୩୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୫୫୧୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।
୨୪ ଘଣ୍ଟାରେ ମୃତ ୫ ଜଣଙ୍କ ମଧ୍ୟରୁ ଭଦ୍ରକରେ ଜଣେ, ଖୋର୍ଦ୍ଧାରୁ ୨ ଜଣ, ଜଗତସିଂହପୁର ଜିଲାରେ ଜଣେ ଏବଂ ପୁରୀ ଜିଲାରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୧୯୨ରେ ପହଞ୍ଚିଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories