www.samajalive.in
Thursday, December 11, 2025
27.1 C
Bhubaneswar

ସମ୍ବେଦୀ ସୂଚକାଙ୍କ ୬୦,୦୦୦ ଛୁଇଁଲା; ଦଲାଲ ଷ୍ଟ୍ରିଟ ଉତ୍ସବମୁଖର

ମୁମ୍ବଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସମ୍ବେଦୀ ସୂଚକାଙ୍କ ଶୁକ୍ରବାର କାରବାର ଆରମ୍ଭ ସମୟରେ ୬୦,୦୦୦ ଅଙ୍କକୁ ଟପି ୬୦,୨୯୭ ପଏଣ୍ଟରେ ପହଞ୍ଚିଥିଲା। ଏହାପରେ ଦଲାଲ ଷ୍ଟ୍ରିଟ ବସ୍ତୁତଃ ଉତ୍ସବ ମୁଖର ହୋଇଉଠିଥିଲା। ଏହା ପୂର୍ବଦିନ ବନ୍ଦ ହୋଇଥିବା ସ୍ତର ଠାରୁ ୦.୬୯% ବା ୪୧୧ ପଏଣ୍ଟ ଅଧିକ ରହିଥିଲା। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ୧୦୮ ପଏଣ୍ଟ ଅଥବା ୦.୬% ବୃଦ୍ଧିପାଇ ଶୁକ୍ରବାର କାରବାର ଆରମ୍ଭ ସମୟରେ ୧୭,୯୩୧ ପଏଣ୍ଟ ହୋଇଥିଲା। ଘରୋଇ କମ୍ପାନୀଗୁଡିକର ଷ୍ଟକ ୨୦୨୦ ପରଠାରୁ ବେଶ୍‍ ଭଲ ପ୍ରଦର୍ଶନ କରୁଥିବା ଲକ୍ଷ୍ୟ କରାଯାଇଛି। ମାତ୍ର ୨୪୫ ଦିନ ମଧ୍ୟରେ ବିଏସଇ ସୂଚକାଙ୍କ ୫୦ହଜାର ଅଙ୍କରୁ ୬୦ ହଜାର ଅଙ୍କରେ ପହଞ୍ଚିଛି। ନିଫଟିରେ ୱିପ୍ରୋ, ଇନଫୋସିସ, ଏଚସିଏଲ ଟେକ, ଟେକ ମହିନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ ଆଦିର ଷ୍ଟକ ଶୁକ୍ରବାର ପୂର୍ବାହ୍ନରେ ପ୍ରଭାବି ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ହିଣ୍ଡାଲକୋ, ଜେଏସଡବ୍ଲୁ ଷ୍ଟିଲ, ହିନ୍ଦୁସ୍ତାନ ୟୁନିଲିଭର ଆଦି ଷ୍ଟକଗୁଡିକର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories