www.samajalive.in
Tuesday, December 9, 2025
17.1 C
Bhubaneswar

ଓଡ଼ିଶାରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍, ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ହକିପ୍ରେମୀଙ୍କ ପାଇଁ ଖୁସି ଖବର। ହକିର ହବ ଭାବେ ପରିଚିତ ଓଡ଼ିଶା ଚଳିତ ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୁନିୟର ପୁରୁଷ ହକି ବିଶ୍ୱକପ୍ ଟ୍ରଫି ଓ ଲୋଗୋ ଉନ୍ମୋଚିତ କରିଛନ୍ତି।
ଏହା ପୂର୍ବରୁ ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ସୂଚନା ମିଳିଥିଲା। ଜୁନିୟର ପୁରୁଷ ହକି ବିଶ୍ବକପ ଆୟୋଜନ ପାଇଁ ପ୍ରଥମେ ଗୌହାଟୀ ଦୌଡ଼ରେ ଥିଲା। ଏହା ପରେ ଓଡ଼ିଶା ଓ ଲକ୍ଷ୍ନୌ ସାମିଲ୍‌ ହୋଇଥିଲା। ଏବେ ଓଡ଼ିଶାକୁ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ ପାଇଁ ଦାୟିତ୍ୱ ପାଇଛି। ଏହା ପୂର୍ବରୁ ମଧ୍ୟ ଓଡ଼ିଶାରେ ସିନିୟର ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ କଳିଙ୍ଗ ଷ୍ଟାଡିୟମରେ ହୋଇସାରିଛି। ୨୦୧୮ରେ ଆୟୋଜିତ ସିନିୟର ପୁରୁଷ ହକି ବିଶ୍ୱକପରେ ବେଲଜିୟମ ଚାମ୍ପିୟନ୍ ହୋଇଥିଲା।

ବିଶ୍ୱକପ୍ ଆୟୋଜନ ପାଇଁ ତିନୋଟି ସହର ଧାର୍ଯ୍ୟ ହୋଇଥିଲା। ସେଥିରେ ଓଡ଼ିଶା ସବୁଠାରୁ ଆଗରେ ରହିଥିଲା। ଓଡ଼ିଶାରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବା ନେଇ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଥିଲା। ଆଜି ଓଡ଼ିଶା ସରକାର ପୁଣିଥରେ ବିଶ୍ୱକପ୍ ଭଳି ମେଗା ଇଭେଣ୍ଟକୁ ଆୟୋଜନ କରିବାକୁ ରାଜି ହୋଇଥିଲେ ଏବଂ ଏଥିପାଇଁ ସ୍ବୀକୃତି ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସ ପରେ ଓଡ଼ିଶା ସରକାର ୨୦୩୨ ପର୍ଯ୍ୟନ୍ତ ହକି ଇଣ୍ଡିଆ ତଥର ଉଭୟ ପୁରୁଷ ଓ ମହିଳା ହକି ଟିମ୍‌ର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛି। ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ସଫଳତାପୂର୍ବକ ଆୟୋଜନ ହୋଇଥିଲା। ଯାହା ପରେ ଓଡ଼ିଶାରେ ମଧ୍ୟ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories