www.samajalive.in
Monday, December 8, 2025
27.1 C
Bhubaneswar

ଧର୍ମାନ୍ତରୀକରଣରେ ସମ୍ପୃକ୍ତ ବଡ଼ ଗୋଷ୍ଠୀ ଠାବ

ମିରଟ : ଦେଶରେ ଧର୍ମାନ୍ତରୀକରଣ କାର୍ଯ୍ୟରେ ଜଡିତ ଏକ ବଡ ଗୋଷ୍ଠୀକୁ ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧ ଦଳ (ଏଟିଏସ୍‌) ଠାବ କରିଛି। ଏହି ଧର୍ମାନ୍ତରୀକରଣ ଗୋଷ୍ଠୀକୁ ପରିଚାଳନା କରୁଥିବା ମୁଖ୍ୟ ଅଭିଯୁକ୍ତ ମୌଲାନା କଲିମ୍ ସିଦ୍ଦିକକୁ ଗିରଫ କରାଯାଇଛି। ଏଟିଏସ୍‌ର କହିବା ଅନୁଯାୟୀ ଧର୍ମାନ୍ତରୀକରଣ ଅଭିଯୋଗରେ ସିଦ୍ଦିକଙ୍କୁ ଗିରଫ କରାଯାଇଛି। ତାଙ୍କ ଘର ମୁଜାଫରନଗର ଜିଲା ଫୁଲାତ। ସେ ଜାମିଆ ଇମାମ୍ ୱାଲିଉଲ୍ଲା ନାମରେ ଏକ ଟ୍ରଷ୍ଟ ଚଳାଉଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେସେ ବିଦେଶରୁ ବିପୁଳ ପାଣ୍ଠି ସଂଗ୍ରହ କରିଛନ୍ତି। ଟ୍ରଷ୍ଟ ମାଧ୍ୟମରେ ସେ ବିଦେଶରୁ ୩କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏଟିଏସ୍ ଆଇଜି ଜିକେ ଗୋସ୍ବାମୀ କହିଛନ୍ତି ଯେ ସିଦ୍ଦିକଙ୍କ ପରିଚାଳିତ ଗୋଷ୍ଠୀ ପ୍ରାୟ ୧୦୦୦ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଇଛନ୍ତି। ଉମର ଗୌତମ ମାମଲାର ତଦନ୍ତ ସମୟରେ ସିଦ୍ଦିକଙ୍କ ନାମ ପରିସରକୁ ଆସିଥିଲା। ଧର୍ମାନ୍ତରୀକରଣ ଗୋଷ୍ଠୀ ଚଳାଇବା ଅଭିଯୋଗରେ ଗତ ଜୁନ୍‌ରେ ଗୌତମଙ୍କୁ ଗିରଫ କରାଯାଇଥିଲା। ସେହିପରି ବଧିର ଓ ଗରିବ ଲୋକଙ୍କୁ ଧର୍ମାନ୍ତରୀକରଣ କରିବା ଅଭିଯୋଗରେ ମୁଫତି କାଜି ଜାହାଙ୍ଗିରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ମୌଲାନ ସିଦ୍ଦିକଙ୍କୁ ଗିରଫ କରାଯିବାକୁ ନେଇ ସମାଜାବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିନ୍ଦା କରିଛନ୍ତି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories