www.samajalive.in
Monday, December 8, 2025
20.1 C
Bhubaneswar

ଦୁର୍ନୀତି ନିବାରଣ ବିଭାଗ ଜାଲରେ ମୋଟୁ ଥାନା ଅଧିକାରୀ ; ଗାଡ଼ିରୁ ୨ଲକ୍ଷ ୮୦ ହଜାର ଜବତ

ଖୋର୍ଦ୍ଧା/ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲା ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଜାଲରେ ଧରାପଡ଼ିଛନ୍ତି। ସୂଚନା ମୁତାବକ ଶ୍ରୀ ସାହୁ ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ମାଲକାନଗିରିରୁ ଖୋର୍ଦ୍ଧା ଜିଲା ନଖରା ଗ୍ରାମସ୍ଥିତ ବାସଭବନକୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀାନେ ଖୋାର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗାଡି ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋ ଇଥିଲା। ଏେତଗୁଡିଏ ଟଙ୍କା କେଉଁଠୁ ଆଣିଲେ ସେ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଦୁର୍ନୀତି ନିବାରଣ ଅଧିକାରୀମାେନ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି । ଶ୍ରୀ ସାହୁ ଟଙ୍କା ସହ ଧରାପଡ଼ିବା ପରେ ତାଙ୍କର ନଖରା ସ୍ଥିତ ବାସଭବନ, ମୋଟୁସ୍ଥିତ ସରକାରୀ ବାସଭବନ ଓ କଟକ ରାଣୀହାଟରେ ଥିବା ଶ୍ବଶୁର ଘର ଉପରେ ମଧ୍ୟ ଚଢଉ କରାଯାଇଛି। ଦୁର୍ନୀତି ନିବାରଣ ବିଭାଗର ଏକ ୮ଜଣିଆ ଦଳ ମୋଟୁ ଥାନାରେ ପହଞ୍ଚି ତଲାସି ଜାରି ରଖିଛନ୍ତି। ଥାନା ଅଧିକାରୀଙ୍କ ଚାକିରି ଏବଂ କାର୍ଯ୍ୟକଳାପ ଏବଂ ଥାନାକୁ ଆସିଥିବା ବିଭିନ୍ନ ମାମଲା ଉପରେ ଟିକିନିକି ତର୍ଜମା କରୁଥିବା ଜଣାପଡିଛି । ଏତେଗୁଡିଏ ଜବତ ଟଙ୍କା ମୋଟୁରୁ ଯାଇଥିବା ଦୁର୍ନୀତି ନିବାରଣ ବିଭାଗ ଅନୁମାନ କରୁଛି।
ସୂଚନାେଯାଗ୍ୟ ଯେ,ଗତ କିଛିଦିନ ତଳେ ମାଲକାନଗିରି ସୀମାନ୍ତ ମୋଟୁ ଅଞ୍ଚଳରୁ ବଡ଼ବଡ଼ ଟ୍ରକ୍‌ ମାଧ୍ୟମରେ ବହୁ ମୂଲ୍ୟବାନ ପଥର ବାହାର ରାଜ୍ୟକୁ ଚାଲାଣ ହେଉଥିବା ସମୟରେ ମୋଟୁ ପୁଲିସ ଅଟକାଇ ଯାଞ୍ଚ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଥିଲେ ା ଏହାବ୍ୟତୀତ ମାଲକାନଗିରିରୁ ହାଇଦ୍ରାବାଦ୍‍ ଯାଉଥିବା ସମସ୍ତ ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମୋଟୁ ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସଲାସୁତୁରାରେ ଗଞ୍ଜେଇ ଚଲାଣ ହେଉଥିବା ଅଭିଯୋଗ ହୋଇଥିଲା। ଏହାବ୍ୟତୀତ ପୁଲିସ ଭୟ ଦେଖାଇ ନିଜ ଗ୍ରାମ ନଖରାରେ ମଧ୍ୟ କିଛି ବ୍ୟକ୍ତିଙ୍କୁ ହଇରାଣ ହରକତ କରୁଥିବା େନଇ ଭୁବନେଶ୍ବର ପୁଲିସ ଆୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories