www.samajalive.in
Monday, December 8, 2025
17.1 C
Bhubaneswar

ଭାରତର ବିଦେଶକୁ ପୁଣି କୋଭିଡ ଟୀକା ଯୋଗାଣ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱର ବିଭିନ୍ନ ଦେଶଗୁଡିକୁ ଭାରତ ପୁଣି କୋଭିଡ ଟୀକା ଯୋଗାଇ ଦେବ। ଫଳରେ ବିଶ୍ୱର ସମସ୍ତ ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ୪୦ ପ୍ରତିଶତ ଲୋକଙ୍କୁ ଟୀକାକରଣ କରିବା ଲକ୍ଷ ପୂରଣ ହୋଇପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଆଧନମ ଗ୍ରେବିଅସ କହିଛନ୍ତି। ବନ୍ଦ ରହିଥିବା କୋଭିଡ ଟୀକା ରପ୍ତାନି ପୁଣି ଆରମ୍ଭ କରିବାକୁ ଭାରତ ନିଷ୍ପତ୍ତି ନେଇଥିବାରୁ ‘ହୁ’ ମୁଖ୍ୟ ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

୨୦୨୧ ଅକ୍ଟୋବର ମାସରୁ ପୁଣି କୋଭିଡ ଟୀକା ଯୋଗାଣ ପାଇଁ ଭାରତ ସୋମବାର ନିଷ୍ପତ୍ତି ଗ୍ରହଣ ଏବଂ ଏହି ନିଷ୍ପତ୍ତି ଅନୁଯାୟୀ ‘ଭ୍ୟାକ୍ସିନ୍ ମୈତ୍ରୀ’ କାର୍ଯ୍ୟକ୍ରମ ଅଧୀନରେ ଭାରତ ଅତିରିକ୍ତ କୋଭିଡ -୧୯ ଟିକା ରପ୍ତାନି ଆରମ୍ଭ କରିବ ଏବଂ ବିଶ୍ୱରେ ରହିଥିବା ଟୀକା ଆବଶ୍ୟକତା ପୂରଣ କରିବ। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ଭାରତୀୟ ନାଗରିକଙ୍କୁ ଟୀକାକରଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି।

- Advertisement -

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏହି ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଦେଶରେ ୪୦% ଟୀକାକରଣ ଲକ୍ଷ୍ୟରେ ପହଞ୍ଚିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ବୋଲି କହିଛନ୍ତି। ଚଳିତ ବର୍ଷ ଏପ୍ରିଲରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଦେଶକୁ ଆସିବା ପରେ ଭାରତ କୋଭିଡ -୧୯ ଟିକା ରପ୍ତାନି ବନ୍ଦ କରି ଦେଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories