ରିଷିକେଶ: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ସୋମବାର ପ୍ରତ୍ୟୁଷରେ ବାଦଲ ଫଟା ବର୍ଷା ହୋଇଛି। ଭୋର ପ୍ରାୟ ୫.୩୦ରେ ନାରାୟଣ ନଗର ବ୍ଲକର ପାଙ୍ଗତି ଗ୍ରାମରେ ବାଦଲ ଫଟା ବର୍ଷା ହୋଇଥିଲା। ଏଥିରେ ସେଠାରେ ଥିବା ସୀମାନ୍ତ ସଡକ ସଂଗଠନ (ବିଆରଓ)ର ଅସ୍ଥାୟୀ ଆଶ୍ରୟସ୍ଥଳଗୁଡିକ ନଷ୍ଟ ହୋଇଯାଇଛି। ବର୍ଷା ଜଳରେ ପାହାଡ ଉପରୁ ମାଟି ଅତଡା ଧସିବା ଫଳରେ ତାହାତଳେ ବହୁ ସଂଖ୍ୟକ ଗାଡିମଟର ରହିଯାଇଥିବା ଖବର ମିଳିଛି। ତେବେ ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସଠିକ ସୂଚନା ମିଳିନାହିଁ। ବାଦଲ ଫଟା ବର୍ଷା ସମ୍ପର୍କରେ ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ।
Popular Categories



