www.samajalive.in
Monday, December 8, 2025
24.1 C
Bhubaneswar

‘ସର୍ବଶ୍ରେଷ୍ଠ ମିଲେଟ୍‌ ପ୍ରୋତ୍ସାହନକାରୀ ରାଜ୍ୟ’ ହେଲା ଓଡ଼ିଶା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ନୂତନ ଏବଂ ଆହ୍ୱାନମୂଳକ ପେଶା ନିମନ୍ତେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ ଭିଏସ୍‌ଏସ୍‌ ମାର୍କେଟରେ ୫ ମେଟି୍ରକ୍‌ ଟନ୍‌ର ଶୀତଳ ଭଣ୍ଡାର ବ୍ୟବସ୍ଥାର ପରିଚାଳନାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଂଯୁକ୍ତ କରିଛି। ଏହା ମହିଳାମାନଙ୍କ ଅତିରିକ୍ତ ରୋଜଗାରରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଇସିଏଆର୍‌, ଇଣ୍ଡିଆ ଏବଂ ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ‘ପୋଷକ ଅନାଜ ଆୱାର୍ଡସ୍‌’ ଅଧୀନରେ ଓଡ଼ିଶା ସମ୍ମାନଜନକ ‘ସର୍ବଶ୍ରେଷ୍ଠ ମିଲେଟ୍‌ ପ୍ରୋତ୍ସାହନକାରୀ ରାଜ୍ୟ’ ଭାବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କଠାରୁ ପୁରସ୍କାର ଗ୍ରହଣ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତୃଣମୂଳସ୍ତରରୁ ‘ମିଲେଟ୍‌ ଓଡ଼ିଶା’ର ସଫଳ ରୂପାୟନ କରି ଉଦାହରଣ ସୃଷ୍ଟି କରିଥିବା ସମସ୍ତ ଅଂଶୀଦାରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories