www.samajalive.in
Tuesday, December 9, 2025
16.1 C
Bhubaneswar

ପାରୋଲରେ ଆସି ଘରେ ଆତ୍ମହତ୍ୟା କଲେ କଏଦୀ

କୁଆଁପାଳ : କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ପଂଚାୟତ ବାରାହୀପୁର ଗ୍ରାମର ଜଣେ ଯୁବକ ଏକ ହତ୍ୟା କାଣ୍ଡ ଘଟଣାରେ ଆଜୀବନ ସଜ୍ଜା ପାଉଥିବା କଏଦୀ କରୋନା ମହାମାରୀ ସମୟରେ ପାରୋଲରେ ଆସିଥିବା ବେଳେ ଆଜି ନିଜ ଘରେ ଲୁଗାରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ କଏଦୀ ଜଣକ ହେଲେ ବରାହିପୁର ଗାଁର ୫୮ ବର୍ଷୀୟ ରାଜକିଶୋର ନାୟକ ,ସେ ପୁରୀ କାକଟପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଶ୍ଵଶୁର ଘର ବାରାହୀପୁର ରେ ଦୀର୍ଘ ବର୍ଷ ହେବ ପରିବାର ସହ ରହିଆସୁଥିଲେ। ୨୦୦୮ ମସିହାରେ ତ୍ରିବେଣୀଶ୍ବର ବଜାରରେ ଘଟିଯାଇଥିବା ଏକ ବୋମାମାଡ଼ ଓ ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଚୌଦାର ସର୍କଲ ଜେଲରେ ଆଜୀବନକଏଦୀ ଭାବେ ସଜା କାଟୁଥିଲେ । ଗତ ମେ ମାସ ୨୧ ତାରିଖରେରେ ସେ କରୋନା ଯୋଗୁଁ ପାରୋଲ ରେ ଘରକୁ ଆସିଥିଲେ । ତେବେ ପାରୋଲ ଅବଧି ଆଜି ଶେଷ ହୋଇଥିବାବେଳେ ସେ ଆଜି ଜେଲକୁ ଫେରିବାର ଥିଲା । ହେଲେ ସେ ଆଜି ସକାଳୁ ବେକରେ ଏକ ଲୁଗାରେ ରସିଦେଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖି ପୁଲିସ କୁ ଖବର ଦେଇଥିଲେ, ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ବଡ଼ ମେଡିକାଲ ପଠାଇଛି । କଣ ପାଇଁ ରାଜ କିଶୋର ଆତ୍ମହତ୍ୟା କଲେ ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ କହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories