www.samajalive.in
Monday, December 8, 2025
17.1 C
Bhubaneswar

ଉତ୍ତରପ୍ରଦେଶରେ ବର୍ଷା ; ୨ ଦିନ ସ୍କୁଲ ବନ୍ଦ ; ବର୍ଷା ଜନିତ ମୃତ୍ୟୁସଂଖ୍ୟା ୩୮

ଲକ୍ଷ୍ନୌ:  ଉତ୍ତରପ୍ରଦେଶରେ ଲଗାଣ ବର୍ଷା କାରଣରୁ ଶୁକ୍ରବାର ଓ ଶନିବାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତାପଗଡ,ଅୟୋଧ୍ୟା,ଗୋରଖପୁର, ଲକ୍ଷ୍ନୌ ,ଫର୍ସାଟଗଞ୍ଜ,ହମିରପୁର,କୌଶମ୍ବୀ, ଯଉନପୁର, ବାରବାଙ୍କୀ ଏବଂ କାନପୁର ସମେତ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।
ବର୍ଷା କାରଣରୁ ପ୍ରାୟ ୩୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି। କାନ୍ଥ ଭୁଷୁଡିବା କାରଣରୁ ଫତେପୁର ଜିଲାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରତାପଗଡରେ ବର୍ଷା କାରଣରୁ ଗୋଡେ ଓ ଗହରିଚକ ଗ୍ରାମରେ ୨ ଜଣଙ୍କର ମୃତ୍ୟୁ ଘଟିଛି। କୌଶମ୍ବୀ ଅଞ୍ଚଳରେ କାନ୍ଥ ଭୁଷୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେହିପରି ଉତ୍ତରପ୍ରଦେଶ ରାଜଧାନୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଉତ୍ତରପ୍ରଦେଶର ମହିଳା କଲ୍ୟାଣ ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ସ୍ୱାତୀ ସିଂ ସେପ୍ଟେମ୍ବର ୧୬ରେ ଜଳବନ୍ଦୀ ଅଞ୍ଚଳକୁ ଗସ୍ତକରି ଜନସାଧାରଣଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
ଲକ୍ଷ୍ନୌ  ଜିଲା ମାଜିଷ୍ଟ୍ରେଟ ଲୋକଙ୍କୁ ଘରେ ରହିବା ସହ ବିନା କାରଣରେ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories