କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶିବଶଙ୍କର ଉଲ୍ଲାକାଙ୍କ ନେତୃତ୍ୱରେ କ ଜୋନର ବ୍ଲକ ସଭାପତି ଶ୍ରୀନିବାସ ଚୌଧୁରୀ (ଗଙ୍ଗା), ପୂର୍ବତନ ସଭାପତି ରାମାରାଓ କାଡ୍ର।କା, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଜେ ବାବୁରାଓ, ଜିଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମଲ, ଜିଲା ଯୁବ ମୋର୍ଚ୍ଚାର ସମ୍ପାଦକ ଗୁଡୁଲ୍ଲା ସାନ୍ଦିପ, ଓବିସି ମୋର୍ଚ୍ଚାର ସଭାପତି ଗୁଡୁଲ୍ଲା ସୁରେଶ, କରପା ସରପଞ୍ଚ ସିନ୍ଧୁ କୁଲେସିକାଙ୍କ ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୧୦ ଜଣ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ ଓ ପରେ ଜଗନ୍ନାଥ ମନ୍ଦିର ପରିସରରେ ସଫେଇ କରିଥିଲେ ।
Popular Categories



