www.samajalive.in
Monday, December 8, 2025
27.1 C
Bhubaneswar

ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ

ଚୌଦ୍ୱାର: ଇନ୍ଦ୍ରାଣୀପାଟଣା ଗ୍ରାମରେ ୫୦ହଜାର ଲିଟର କ୍ଷମତା ସମ୍ପନ୍ନ ଭୂଉଚ୍ଚ ପାନୀୟ ଜଳ ଯୋଗାଣ ଟାଙ୍କିକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‍ ବିଶ୍ୱାଳ ଗୁରୁବାରଦିନ ଉଦ୍‍ଘାଟନ କରିଛନ୍ତି। ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲ୍ୟୁଏସ୍‍ଏସ୍‍) ତରଫରୁ ୯୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମର୍ିତ ଏହି ପ୍ରକଳ୍ପ ମାଧ୍ୟମରେ ଆଖପାଖର ବହୁ ଗ୍ରାମବାସୀ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପାଇପାରିବେ ବୋଲି ସହକାରୀ ଯନ୍ତ୍ରୀ ବିକାଶ ସାମଲ ପ୍ରକାଶ କରିଥିଲେ। ଏହି ଅବସରରେ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ନିର୍ମର୍ିତ ମା ସରଦେଇ କମ୍ୟୁନିଟି ସେଣ୍ଟର ଗୃହକୁ ବିଧାୟକ ଉଦ୍‍ଘାଟନ କରିବା ସହିତ ଉକ୍ତ ପଞ୍ଚାୟତର ୨୩ଜଣଙ୍କୁ ଭତ୍ତା ପ୍ରଦାନ କରିଥିଲେ।

ଆରଡବ୍ଲ୍ୟୁଏସ୍‍ଏସ୍‍ କନିଷ୍ଟ ଯନ୍ତ୍ରୀ ସ୍ୱର୍ଣ୍ଣମୟୀ ସାହୁ, ଇନ୍ଦ୍ରାଣୀପାଟଣା ସରପଞ୍ଚ ସରୋଜ ପ୍ରଧାନ, ଯୁବନେତା ତୀର୍ଥାନନ୍ଦ ସୁବୁଦ୍ଧିରାୟ, ମନୋରଞ୍ଜନ ସ୍ୱାଇଁ, ସମିତିସଭ୍ୟ ମୋହନ ଚରଣ ସାହୁ, ଆକୁଳି ସ୍ୱାଇଁ, ନକୁଳ ନାୟକ, ଆନାମ ଦାସ, କୈଳାଶ ପ୍ରଧାନ, ଗଗନ ମହାନ୍ତି, ବଳରାମ ବେହେରା, ଜଗବନ୍ଧୁ ଦାସଙ୍କ ସମେତ ବହୁ ଦଳୀୟକର୍ମୀ ଉପସ୍ଥିତ ଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories