www.samajalive.in
Tuesday, December 9, 2025
16.1 C
Bhubaneswar

ଧରା ପଡିଲା ମିଥ୍ୟା ସତ୍ୟପାଠ, ୫ ବର୍ଷିଆ ବାଲି ଖାଦାନ ଲିଜ୍‍ ବାତିଲ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲଦାର ଲିଜ୍‍ଧାରୀଙ୍କ ମିଥ୍ୟା ସତ୍ୟପାଠ ଉପରେ ଶୁଣାଣି କରିବା ସହିତ ସାକୁଶିଙ୍ଗା ବାଲି ଖାଦାନର ୫ ବର୍ଷିଆ ଲିଜ୍‍କୁ ବାତିଲ କରିଥିବା ଜଣାପଡିଛି। ପ୍ରକାଶ ଯେ ହରଭଙ୍ଗା ତହସିଲ ଅର୍ନ୍ତଗତ ସାକୁଶିଙ୍ଗା ବାଲି ଖାଦାନ ୫ ବର୍ଷିଆ ଲିଜ ପାଇଁ ଗତ ୦୩ ଜୁଲାଇ ୨୦୨୦ରେ ତହସିଲ ପକ୍ଷରୁ ଟେଣ୍ଡର ହୋଇଥିଲା। ଉକ୍ତ ବାଲି ଖାଦାନ ଲିଜ ପାଇଁ ୮ ଜଣ ଟେଣ୍ଡର ଆବେଦନ କରିଥିଲେ। ବୌଦ୍ଧ ରାଜନପାଲ୍ଲିର ବାସିନ୍ଦା ସତ୍ୟନାରାୟଣ ପ୍ରଧାନଙ୍କୁ ସର୍ବାଧିକ ଲିଜଧାରୀ ଭାବେ ସାକୁଶିଙ୍ଗା ବାଲିଖାଦାନକୁ ୨୦୨୦-୨୧ରୁ ୨୦୨୪-୨୦୨୫ ପର୍ଯ୍ୟନ୍ତ ୫ ବର୍ଷିଆ ଲିଜ ପ୍ରଦାନ କରାଯାଇଥିଲା।

ଦ୍ୱିତୀୟ ସ୍ଥାନରେଥିବା ଲିଜଧାରୀ ଅନୁଗୁଳୁ ଜିଲ୍ଲା ଆଠମଲ୍ଲିକ ଗୁରୁଡିସାହିର ବାସିନ୍ଦା ଏମଡି .ମହିନୁଦ୍ଦିନ୍‍ ଖାନ ସର୍ବାଧିକ ଲିଜଧାରୀ ସତ୍ୟନାରାୟଣ ପ୍ରଧାନ ଫାଇନାଲ ବିଡ ଡକ୍ୟୁମେଟଂରେ ଖଣି ପାଉଣା ବକେୟା ନଥିବା ଭଳି ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଦର୍ଶାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏ ସର୍ମ୍ପକରେ ମାନ୍ୟବର ହାଇକୋର୍ଟ ହରଭଙ୍ଗା ତହସିଲଦାର ଏବଂ ଲିଜଧାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଗତ ୧୨ ଅଗଷ୍ଟ ୨୦୨୧ରେ ନୋଟିସ କରିବା ସହିତ ୩୧ ଅଗଷ୍ଟ ୨୦୨୧ରେ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏମଡି.ମହିନୁଦ୍ଦିନ୍‍ ଖାନ କରିଥିବା ଆବେଦନ ଉପରେ ତହସିଲପକ୍ଷରୁ ଶୁଣାଣି କରାଯାଇ ସତ୍ୟନାରାୟଣ ପ୍ରଧାନ ଦାଖଲ କରିଥିବା ଫାଇନାଲ ବିଡ ଡକ୍ୟୁମେଟଂ ସତ୍ୟପାଠ ସଂଲଗ୍ନ ସମସ୍ତ ନଥିପତ୍ର ଯାଂଚ କରାଯାଇଥିଲା।

- Advertisement -

ଯାଂଚପରେ ସତ୍ୟନାରାୟଣ ପ୍ରଧାନଙ୍କ ବୌଦ୍ଧ ତହସିଲରେ ଖଣି ପାଉଣା ବକେୟା ଥିବା ବେଳେ ସେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ପ୍ରମାଣିତ ହୋଇଥିଲା। ହରଭଙ୍ଗା ତହସିଲ କୋର୍ଟରେ ତହସିଲଦାର ଶମ୍ଭୁଭୂଷଣ ମିଶ୍ର ଏହାର ଶୁଣାଣି କରି ଖଣି ନିୟମ ୨୦୧୬ ଉଲ୍ଲଂଘନ ଦର୍ଶାଇ ସାକୁଶିଙ୍ଗା ବାଲି ଖାଦାନ୍‍ ଲିଜକୁ ବାତିଲ କରିବା ଭଳି ନିଷ୍ପତି ଗ୍ରହଣ କରିଥିବା ବେଳେ ଏଭଳି ନିଷ୍ପତି ଅନ୍ୟ ତହସିଲଦାରଙ୍କ ପାଇଁ ଏକ ମାର୍ଗଦର୍ଶିକା ହେବ।

ସୂଚନା ଥାଉ କି ପଥର ଏବଂ ବାଲି ଖାଦାନ ଟେଣ୍ଡର ଆବେଦନକାରୀ କୌଣସି ନୂଆ ଲିଜ ଗ୍ରହଣ କରିବା ପୂର୍ବରୁ ଭାରତର କୌଣସି ତହସିଲ ଅଧିନରେ ଖଣି ପାଉଣା ନଥିବା ଏକ ସତ୍ୟପାଠ ଦାଖଲ କରିଥାନ୍ତି।ମାତ୍ର ଲିଜଧାରୀ ବାଲି,ପଥର ଖାଦାନ ଫାଇନାଲ ବିଡ ଡକ୍ୟୁମେଟଂ ପ୍ରଦାନ ସମୟରେ ବକେୟା ପାଉଣା ଥାଇ ମଧ୍ୟ ମିଥ୍ୟା ସତ୍ୟପାଠ ପ୍ରଦାନ କରି ଆଉ ଗୋଟିଏ ଲେଖାଏଁ ସୈରାତ ହାତଉଥିବା ଘଟଣା ହରଭଙ୍ଗା ତହସିଲଦାରଙ୍କ ଶୁଣାଣିରୁ ପ୍ରମାଣିତ ହୋଇଛି।ଏହା ଉପରେ ପଙ୍ଖାନୁପଙ୍ଖ ତଦନ୍ତ କଲେ ଅନେକ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଲିଜଧାରୀଙ୍କ ମୁଖା ଖୋଲିବ।ଏହା ସହିତ ଖଣି ନିୟମ ଉଲ୍ଲଂଘନ କରୁଥିବା ଲିଜଧାରୀଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ସହ ଗ୍ରହଣ ପାଇଁ ବାଟ ଖୋଲିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories