କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ବୁଡୁଣି ଯିବା ରାସ୍ତାରେ ପାହାଡ଼ରୁ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ବର୍ଷା ହେବାରୁ ନାରିଙ୍ଗିତୋଳା ଠାରୁ ବୁଡୁଣି ଯିବା କଲରା ଘାଟି ରାସ୍ତାର ବୁଲାଣି ଉପର ପାର୍ଶ୍ୱରେ ଥିବା ପାହାଡ଼ରୁ ମାଟି ଓ ବଡ ପଥର ୨ ଖଣ୍ଡ ପଡି ରାସ୍ତା ଅବରୋଧ ହୋଇଛି। ଏହି ଅଞ୍ଚଳରେ ଡଙ୍ଗରିଆମାନେ ବସବାସ କରୁଛନ୍ତି। ଏହି ରାସ୍ତା ଦେଇ ନିୟମଗିରି ପାହାଡର ବିଭିନ୍ନ ଗାଁକୁ ଦୁଇ ଓ ଚାରି ଚକିଆ ଯାନ ଯାତାୟାତ କରୁଛି। କେତେବେଳେ ଉକ୍ତ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିଲେ କିଏ ଦାୟୀ ରହିବେ ବୋଲି ସାଧାରଣରେ ଆଲୋଚନା ସୃଷ୍ଟି ହେଉଛି। ଏହାକୁ ତୁରନ୍ତ ରାସ୍ତାରୁ ବାହାର କରିବା ପାଇଁ ଦାବି ହେଉଛି।
Popular Categories



