www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧର ୧୭୧ଟି ଗ୍ରାମ ବାଲ୍ୟ ବିବାହ ମୁକ୍ତ

ବୌଦ୍ଧ: ବୌଦ୍ଧ ଜିଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ପାଇଁ ଆକସନେଟ ଯୁନିସେଫ ଦ୍ୱାରା ପରିଚାଳିତ ବାଲ୍ୟ ବିବାହ ନିଷେଧ ଓ କିଶୋର ବାଳକ, ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ବୌଦ୍ଧ ଜିଲାର ୩ ଗୋଟି ବ୍ଳକର ୧୭୧ ଗ୍ରାମକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ବୁଧବାର ଦିନ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିଛନ୍ତି। ଜିଲାରେ ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ଟାକ୍ସ ଫୋର୍ସ କମିଟି ଓ ଜିଲାର ବିଭିନ୍ନ ସମୀକ୍ଷା ବୈଠକରେ ଏହା ଉପରେ ପଦକ୍ଷେପ ନେବାକୁ ଜିଲାପାଳ ଶ୍ରୀମିଶ୍ର ନିର୍ଦ୍ଦେଶ ଦେଇଆସୁଥିଲେ। ବାଲ୍ୟ ବିବାହ ରୋକିବା ନେଇ ପ୍ରଶାସନର ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ , ତିନି ବ୍ଳକର ସିଡିପିଓ , ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି।

ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମକୁ ବ୍ୟାପକ ପ୍ରଚାର ପ୍ରସାର ପାଇଁ ଏବଂ ଲୋକଙ୍କୁ ସଚେତନ କରିବା ପାଇଁ ଜିଲା ସୁଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ଜିଲା ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ନିମନ୍ତେ ରାଜ୍ୟର ନିର୍ଦ୍ଦେଶାବଳୀ ଉପରେ ଆଲୋକପାତ କରିଥିଲେ। ଜିଲାପାଳ ଜିଲାର ୧୭୧ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବା ନେଇ କୃତଜ୍ଞତା ଜଣାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଶେଷରେ ଜିଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories