www.samajalive.in
Monday, December 8, 2025
17.1 C
Bhubaneswar

ପୁରୀ ଏସପିଙ୍କ ଡେଲାଙ୍ଗ ଥାନାରେ ନିର୍ବାଚନ ସମୀକ୍ଷା

ଡେଲାଙ୍ଗ : ପୁରୀ ଜିଲ୍ଲା ଏସପି ଡକ୍ଟର କେ. ବିଶାଲ ସିଂହ,ଡେଲାଙ୍ଗ ଥାନା ପରିଦର୍ଶନ କରି ନିର୍ବାଚନ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ପିପିଲି ଏସଡିପିଓ, ଡେଲାଙ୍ଗ ତହସିଲଦାର, ବି.ଡି.ଓ, ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ଏସପି ଶ୍ରୀ ସିଂହ ଡେଲାଙ୍ଗ ଥାନ ଅଂଚଳରେ ଥିବା ୧୨୯ ଟି ବୁଥରୁ ୪୫ ଟି ସମ୍ବେଦନଶୀଳ ବୁଥକୁ କଡା ନଜର ରଖିବାକୁ ନିର୍ଦେଶ ଦେଇଥିଲେ। ତତସହିତ ଡେଲାଙ୍ଗ ଥାନା ଅଂଚଳକୁ ଜଣେ ଅତିରିକ୍ତ ଏସପି ତତ୍ତ୍ଵାବଧାନରେ ୧୨ଟି ପେଟ୍ରୋଲିଙ୍ଗ ପାର୍ଟି,୨ ଜଣ ଡିଏସ୍ ପି, ୫ ଜଣ ଇନ୍ସପେକ୍ଟର, ୪ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ନିର୍ବାଚନ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ କରାଯାଇଛି । ଡ଼େଲାଙ୍ଗ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ନାକା ପଏଣ୍ଟରେ ଗାଡିଗୁଡିକ ଯାଞ୍ଚ କରାଯାଉଛି। ଶେଷରେ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ କରିବା ନିମନ୍ତେ ସଜାଗ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories