www.samajalive.in
Monday, December 8, 2025
20.1 C
Bhubaneswar

ଅବିଶ୍ରାନ୍ତ ବର୍ଷାରେ ସମଗ୍ର ବଡ଼ମ୍ବା ବ୍ଲକର ଅର୍ଦ୍ଧାଧିକ ଅଞ୍ଚଳ ଜଳମୟ

– ସିଆରିଆ ନାଳ ବଢିପାଣିରେ ହଜାରହଜାର ଏକର ଚାଷଜମି ଜଳମଗ୍ନ
– ଭଟ୍ଟାରିକା ମନ୍ଦିର ବେଢାରେ ମହାନଦୀର ବନ୍ୟାଜଳ ପ୍ରବେଶ
– ରାସ୍ତା ଉପରେ ୩ ରୁ୪ ଫୁଟ ବନ୍ୟାଜଳ – ବଡ଼ମ୍ବାରୁ ଶଂଖାମେରୀ ଏବଂ ଗୋପୀନାଥପୁର ଗ୍ରାମ ଆଂଶିକ ବିଛିନ୍ନ
– ବିଧାୟକ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର କଲେ ସ୍ୱତନ୍ତ୍ର ସମୀକ୍ଷା
ବଡ଼ମ୍ବା : ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷାରେ ସମଗ୍ର ବଡ଼ମ୍ବା ବ୍ଲକର ଅର୍ଦ୍ଧାଧିକ ଅଞ୍ଚଳ ଜଳମୟ ହୋଇଯାଛି। ବଡ଼ମ୍ବାର ଦକ୍ଷିଣପାଶ୍ୱର୍ ନଦୀକୂଳ ଖାଲୁଆଅଞ୍ଚଳ ଯେଉଁଆଡ଼େ ଚାହିଁବ ଜଳମଗ୍ନ ଦୃଶ୍ୟମାନ। ମହାନଦୀର ବନ୍ୟାଜଳ ପ୍ରସିଦ୍ଧ ମା ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ପ୍ରବେଶ କରିଥିବା ବେଳେ ସ୍ଥାନୀୟ ସିଆରିଆ,ଧୋବଣୀ ନାଳ ଏବଂ ଶଂଖନାଳ ଆଦିର ବଢିପାଣି ହଜାରହଜାର ଏକର ଚାଷଜମିକୁ ପ୍ରଭୁତ କ୍ଷତି ପହଞ୍ଚାଇଥିବା ଲକ୍ଷ କରାଯାଇଛି। ସେହିଭଳି ନାଳ ବଢିପାଣି ରାସ୍ତା ଉପରଦେଇ ପ୍ରଭାବିତ ହେଉଥିବାରୁ ବଡ଼ମ୍ବାରୁ ଶଂଖାମେରୀ ଏବଂ ଗୋପମଥୁରାରୁ ଗୋପୀନାଥପୁର ସମେତ ଇଛାପୁରରୁ ମଙ୍ଗରାଜପୁର ଗମନାଗମନ ବାଧାପ୍ରାପ୍ତ ହୋଇଥିବା ପ୍ରକାଶ। ଘଟଣା ସମ୍ପର୍କରେ ଖବରପାଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଅଚାନକ ମଙ୍ଗଳବାର ସକାଳେ ବଡ଼ମ୍ବା ଗ୍ରସ୍ତରେ ଆସି ପ୍ରଭାବିତ ଅଞ୍ଚଳସମୁହ ପରିଦର୍ଶନ କରିଥିଲେ।

 

- Advertisement -

ବିଶେଷକରି ଶଂଖାମେରୀ,ମଙ୍ଗରାଜପୁର,ଗୋପମଥୁରା,ଗୋପୀନାଥପୁର ଆଦି ଅଞ୍ଚଳରେ ବନ୍ୟାଜଳରେ ବୁଡ଼ିରହିଥିବା ହଜାରହଜାର ଏକର ଧାନ,ଆଖୁ ଏବଂ ପରିବା କ୍ଷେତ ଆଦି ଚାଷଜମି ବିଧାୟକ ଶ୍ରୀ ମିଶ୍ର ବୁଲିଦେଖିବାସହ ସ୍ଥାନୀୟଲୋକଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିବା ପ୍ରକାଶ। ପରେପରେ ବିଧାୟକ ଶ୍ରୀ ମିଶ୍ର ଅପରାହ୍ଣରେ ବ୍ଲକ ସମ୍ମିଳନି କକ୍ଷରେ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ଗହଣରେ ଏନେଇ ଏକ ଜରୁରୀ ସମୀକ୍ଷା ବୈ÷ଠକ କରିଥିଲେ। ଉକ୍ତ ବୈ÷ଠକରେ ଉପୁଜିଥିବା ପରିସ୍ଥିତି ଉପରେ ଟିକନିଖ୍ ଆଲୋଚନା କରାଯାଇଥିଲା। ଅପରପକ୍ଷରେ ନିଅଣ୍ଟିଆ ବର୍ଷାରୁ ଗଜାମରୁଡ଼ି ହେବା ଏବଂ ମାତ୍ରାଧିକ ବର୍ଷାରୁ ବନ୍ୟାଜଳରେ ଫସଲ ଉଜୁଡ଼ିବା ପରିସ୍ଥିତିନେଇ ଚାଷୀକୂଳ ଭାଙ୍ଗି ପଡ଼ିଥିବା ଲକ୍ଷକରାଯାଇଛି। ହଜାରହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ଆବଶ୍ୟକ କ୍ଷତିପୁରଣ ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସୂଚନାଥାଉକି ବଡ଼ମ୍ବାରେ ରବିବାର ଅପରାହ୍ନରୁ ମଙ୍ଗଳବାର ସକାଳ ୭ଟା ସୁଦ୍ଧା ପ୍ରାୟ ୨୩୫ମି.ମିରୁ ଉଦ୍ଧ୍ୱର୍ ଲଘୁଚାପ ଜନିତ ବର୍ଷା ହୋଇଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories