www.samajalive.in
Tuesday, December 9, 2025
16.1 C
Bhubaneswar

କାରକୁ ପିଟିଲା ପିକଅପ ଭ୍ୟାନ

ନବରଙ୍ଗପୁର: ନବରଙ୍ଗପୁର ପାପଡାହାଣ୍ଡି ଜାତୀୟ ରାଜପଥରେ କାରକୁ ପିଟିଲା ପିକଅପ ଭ୍ୟାନ। ଫଳରେ  ୨ଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ଘଟାଇ ପିକଅପ ଭ୍ୟାନକୁ ଧରି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।
ସୂଚନା ମୁତାବକ ଆଜି ଦିନ ଦ୍ୱିପ୍ରହରରେ ନବରଙ୍ଗପୁର ଓ ପାପଡାହାଣ୍ଡି ମଧ୍ୟଭାଗରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପ ନିକଟରେ ଏକ କାର ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ କାରକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।  କାରକୁ ପଛପଟୁ ପିଟିବା ଫଳରେ କାରଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଅନ୍ୟ ଏକ କାରକୁ ପିଟିହେଲା ଫଳରେ ଦୁଇଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି।  ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଅଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories