www.samajalive.in
Tuesday, December 9, 2025
17.1 C
Bhubaneswar

୩ କେଜି ସୁନାରେ ଲେହେଙ୍ଗା

ସୁରତ : ଭିନ୍ନ ଭିନ୍ନ ପୋଷାକର ଡିଭାଇନ ମଧ୍ୟ ବିଭିନ୍ନ। ସଭିଏଁ ନିଜର ଚାହିଦା ଓ ପସନ୍ଦ ଅନୁଯାୟୀ ପୋଷାକ କିଣିଥାଆନ୍ତି। ତେବେ ସାଧାରଣତଃ ଲେହେଙ୍ଗା ବିବାହ, ସ୍ୱତନ୍ତ୍ର ପୂଜାପର୍ବାଣି ସମୟରେ ପିନ୍ଧିଥାଆନ୍ତି। ତେବେ ଜାଣନ୍ତୁ ଏକ ସ୍ୱତନ୍ତ୍ର ଲେହେଙ୍ଗା ବିଷୟରେ। ୩ କେଜି ସୁନାରେ ତିଆରି ହୋଇଛି ଏହି ଲେହେଙ୍ଗା। ଗୁଜୁରାଟର ସୁରତ ସହରରେ ଏକ ପ୍ରଦର୍ଶନୀରେ ଦେଖିବାକୁ ମିଳିଛି। ଲେହେଙ୍ଗାଟିକୁ ଶୁଦ୍ଧ ସୁନାର ଜରିରେ ତିଆରି କରାଯାଇଛି। ଖୁବ ଆକର୍ଷଣୀୟ। ଗୁଜୁରାଟ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର କନଭେନସନ ହଲରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି। ତିନି ଦିନଆର ଏହି ପ୍ରଦର୍ଶନୀରେ ସୁନାରେ ତିଆରି ଏହି ଲେହେଙ୍ଗା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଥିଲା। ଜଣେ ଫ୍ୟାସନ ଡିଜାଇନର ଏହାର ଡିଜାଇନ କରିଛନ୍ତି। ସୁରତରେ ବିବାହ ବେଳେ ଅନେକ ପିତାମାତା ଏହି ଲେହେଙ୍ଗା ନିଜ ଝିଅକୁ ଦେବାକୁ ପସନ୍ଦ କରୁଥିବା ବେଳେ ଲେହେଙ୍ଗା ଦେଖିବାକୁ ଲୋକଙ୍କ ଭିଡ ଜମୁଥିବା ଦେଖାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories