www.samajalive.in
Friday, December 12, 2025
19.1 C
Bhubaneswar

କିସ୍‍ ବିଶ୍ୱବିଦ୍ୟାଳୟରେ ୨୩ଶିକ୍ଷାବିତଙ୍କୁ ପ୍ରଫେସର ଏମେରିଟସ୍‍ ମାନ୍ୟତା

ଭୁବନେଶ୍ବର: କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୩ଜଣ ବିଶିଷ୍ଟ ଶିକ୍ଷାବିତଙ୍କୁ ପ୍ରଫେସର ଏମେରିଟସ୍‍ ମାନ୍ୟତା ପ୍ରଦାନ କରାଯାଇଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରଫେସର ଏମେରିଟସମାନେ ସମୟକୁ ସମୟ କିସ୍‍ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ରହିଥିବା ଏହି ଶିକ୍ଷାବିତମାନେ ସମ୍ପୂର୍ଣ୍ଣ ଅବୈତନିକ ଭାବେ କିସ୍‍ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଗବେଷଣା ଦିଗରେ ଆବଶ୍ୟକ ପରାମର୍ଶ ପ୍ରଦାନ କରିବା ସହ ମାର୍ଗଦର୍ଶନ କରିବେ। କୌଣସି ଏକ ବିଶ୍ୱବିଦ୍ୟାଳୟରେ ଏତେ ସଂଖ୍ୟକ ବିଶିଷ୍ଟ ଶିକ୍ଷାବିତଙ୍କୁ ପ୍ରଫେସର ଏମେରିଟସ ମାନ୍ୟତା ପ୍ରଦାନ କରାଯିବା ପ୍ରଥମ ବୋଲି କୁହାଯାଉଛି। କାର୍ଯ୍ୟକ୍ରମରେ କିଟ୍‍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମ୍ପାଦକ ଆର ଏନ୍‍ ଦାଶ, କୁଳପତି ପ୍ରଫେସର ଦିପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିସ୍‍ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି ପ୍ରମୁଖ ଉପସ୍ଥିତ ଶିକ୍ଷାବିତମାନଙ୍କୁ ସ୍ୱାଗତ କରିଥିଲେ।

 

- Advertisement -

ଏହି ଅବସରରେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହ କିସ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଦୁଇଟି ଅଲଗା ଅଲଗା ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହା ଦ୍ୱାରା କିସ୍‍ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଏବଂ କିସ୍‍ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ। ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ କିସ୍‍ ପକ୍ଷରୁ କୁଳପତି ପ୍ରଫେସର ଦିପକ ବେହେରା ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ ଉଭୟ ବିଶ୍ୱବିଦ୍ୟାଳୟ କୁଳସଚିବ ଉପସ୍ଥିତ ଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories